ଶନିଶ୍ଚର ପୀଠ ରେ କଟକ ସଦର ବି ଜେ ପି ର କାର୍ଯ୍ୟକର୍ତ୍ତା ଓ କର୍ମୀ ସମାବେଶ

ନିଶ୍ଚିନ୍ତକୋଇଲି, ୨୯/୦୪/୨୦୨୪ (ଓଡିଶା ସମାଚାର/ ଅଭୟ ଜେନା) – କଟକସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜନାର୍ଦ୍ଦନପୁର ଶନିଶ୍ଚର ପୀଠ ରେ ବି ଜେ ପି ର କାର୍ଯ୍ୟକର୍ତା ଓ କର୍ମୀ ସମାବେଶ ରବିବାର ସନ୍ଧ୍ୟା ରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀ ରେ କଟକ ସଦର ଲୋକସଭା ପ୍ରାର୍ଥୀ ଭର୍ତ୍ତୃହରି ମହତାବ ଓ କଟକ ସଦର ବିଧାନସଭା ପ୍ରାର୍ଥୀ ପ୍ରକାଶ ଚନ୍ଦ୍ର ସେଠୀ ଯୋଗ ଦେଇ କର୍ମୀ ଓ ସମର୍ଥକ ମାନଙ୍କୁ ପଦ୍ମଫୁଲ ଚି଼ହ୍ନ ରେ ଭୋଟ ଦେଇ ଉଭୟ ସାଂସଦ ପ୍ରାର୍ଥୀ ଓ ବିଧାୟକ ପ୍ରାର୍ଥୀ ଙ୍କୁ ଭୋଟ ଦେଇ ବିଜୟୀ କରିବାକୁ ନିବେଦନ କରିଥିଲେ । ଏହି ସମାବେଶ ରେ ସାଂସଦ ପ୍ରାର୍ଥୀ ଶ୍ରୀ ମହତାବ ଓ ବିଧାୟକ ପ୍ରାର୍ଥୀ ଶ୍ରୀ ସେଠୀ ଉଦବୋଧନ ଦେଇ ବି ଜେ ପି କୁ ଭୋଟ ଦେଇ କେନ୍ଦ୍ରରେ ପୁନର୍ବାର ନରେନ୍ଦ୍ରମୋଦି ଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ସମସ୍ତେ ସଂକଳ୍ପ ନେବାକୁ ନିବେଦନ କରିଥିଲେ । ମୋଦିଙ୍କ  ଅବକେ ବାର ଚାର ସୋ ପର  ସ୍ଲୋଗାନ କାର୍ଯ୍ୟକାରୀ କରିବାକୁ ସମସ୍ତେ ପ୍ରତିଶୃତି ବଦ୍ଧ ହେବାକୁ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ମଣ୍ଡଳ ସଭାପତି ଅକ୍ଷୟ ମହାନ୍ତି, ପୂର୍ବତନ ମଣ୍ଡଳ ସଭାପତି ରଞ୍ଜନ ନନ୍ଦ, ମୀନକେତନ ମହାନ୍ତି, ରବୀନ୍ଦ୍ର ପୃଷ୍ଟି, ଭାଗବତ ମଲ୍ଲିକ, ବିଚିତ୍ର ଦାସ,କଳ୍ପନା ଲେଙ୍କା, ଶଶିକାନ୍ତ ମହାନ୍ତି, ପୁଷ୍ପିତା ପଣ୍ଡା, ତ୍ରିଲୋଚନ ପାତ୍ର, ରମେଶ ବେହେରା, ଶିବାନନ୍ଦ ଗୋସ୍ୱାମୀ ପ୍ରମୁଖ ଯୋଗଦେଇଥିଲେ । ରଞ୍ଜନ ନନ୍ଦ ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମ ରେ ବହୁନୂତନ କର୍ମୀ ବି ଜେ ପି ରେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *