ଭୁବନେଶ୍ୱର,୨୬/୦୯/୨୦୨୫ (ଓଡ଼ିଶା ସମାଚାର)- କଂଗ୍ରେସର ସଂଗଠନ ସୃଜନ ଅଭିଯାନ ଅନ୍ତର୍ଗତ ଓଡ଼ିଶାର ବିଭିନ୍ନ ଜିଲ୍ଲା କଂଗ୍ରେସ କମିଟିର ସଭାପତିମାନଙ୍କୁ ନିଯୁକ୍ତ କରାଯାଇଛି । ପ୍ରତି ଜିଲ୍ଲା ପାଇଁ ଥିବା ଏଆଇସିସି ପର୍ଯ୍ୟବେକ୍ଷକମାନଙ୍କ ଦ୍ବାରା କରାଯାଇଥିବା ସମୀକ୍ଷା, ବିଭିନ୍ନ ପଦାଧିକାରୀ ଓ ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା ପରେ ମିଳିଥିବା ରିପୋର୍ଟ ଆଧାରରେ ଏବଂ ପ୍ରତି ପର୍ଯ୍ୟବେକ୍ଷକଙ୍କ ସହ ହୋଇଥିବା ବୈଠକ ପରେ କଂଗ୍ରେସ ସଭାପତି ଏସବୁ ନାମଗୁଡ଼ିକୁ ମଂଜୁରୀ ଦେଇଛନ୍ତି।
ସୁନୀଲ ପ୍ରଧାନ ଅନୁଗୁଳ ଜିଲ୍ଲା ସଭାପତି ନିଯୁକ୍ତ ହୋଇଛନ୍ତି । ସତ୍ୟଶିବ ଦାସ ବାଲେଶ୍ୱର ଜିଲ୍ଲା ସଭାପତି ଓ ହରଦୀପ ସିଂ ବରଗଡ଼ ଜିଲ୍ଲା ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି । ସେହିପରି ଭଦ୍ରକ ନଳିନୀକାନ୍ତ ମହାନ୍ତି, ଭୁବନେଶ୍ୱର ପ୍ରକାଶ ଚନ୍ଦ୍ର ଜେନା, ବଲାଙ୍ଗିର ଅନିଲ ମେହେର , ବୌଦ୍ଧ ବିନ୍ଧ୍ୟା ବିନୀ ସାହୁ ଜିଲ୍ଲା ସଭାପତି ହୋଇଛନ୍ତି । କଟକ ପ୍ରଦୀପ୍ତ କୁମାର ଦାସ ଓ କଟକ ସହର ଗିରିବଳା ବେହେରା ଜିଲ୍ଲା ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି । ଦେବଗଡ଼ ସେମ ହେମରାମ, ଢେଙ୍କାନାଳ ଛବିରାଜ ବିଶ୍ୱାଳ, ଗଜପତି ଦାଶରଥି ଗୋମାଙ୍ଗୋ, ଗଞ୍ଜାମ ପୂର୍ବ ରଶ୍ମିରଞ୍ଜନ ପଟ୍ଟନାୟକ ଓ ଗଞ୍ଜାମ ପଶ୍ଚିମ ରମେଶ ଚନ୍ଦ୍ର ଜେନା ଜିଲ୍ଲା ସଭାପତି ହୋଇଛନ୍ତି।
ସେହିପରି ଜଗତସିଂହପୁର ଦେବପ୍ରସାଦ ନାୟକ, ଯାଜପୁର ପାଇଁ ମଗୁଣି ବଟକୃଷ୍ଣ ଜେନା, ଝାରସୁଗୁଡ଼ା ଜୀବନ ସାର୍ଥକ ଦାସ , କଳାହାଣ୍ଡି ଜଲନ୍ଧର ନାୟକ ଜିଲ୍ଲା ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି। କନ୍ଧମାଳ ଚନ୍ଦ୍ରଶେଖର ପରିଡ଼ା, କେନ୍ଦ୍ରାପଡ଼ା ଡା. ଦେବସ୍ମୃତା ଶର୍ମା, କେନ୍ଦୁଝର ମନୋଜ କୁମାର ଜେନା , ଖୋର୍ଦ୍ଧା ରଜୀବ କୁମାର ପଟ୍ଟନାୟକ, କୋରାପୁଟ ରୂପକ ତୁରୁକ, ମାଲକାନଗିରି ଜି. ଶ୍ରୀନିବାସ ରାଓ, ମୟୂରଭଞ୍ଜ ପୂର୍ବ ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ , ମୟୂରଭଞ୍ଜ ପଶ୍ଚିମ ଭୂଷଣ ବିହାରୀ ସାହୁ, ନବରଙ୍ଗପୁର ଡା. ଲିପିକା ମାଝି, ନୟାଗଡ଼ ରଞ୍ଜିତ ଦାସ, ନୂଆପଡ଼ା ଘାସୀ ରାମ ମାଝି , ପୁରୀ ରାଜେଶ କୁମାର ମିଶ୍ର ଜିଲ୍ଲା ସଭାପତି ହୋଇଛନ୍ତି। ସେହିପରି ରାୟଗଡ଼ା ଅପ୍ପଲା ସ୍ୱାମୀ କାଦ୍ରକା, ରାଉରକେଲା ସବିର ହୁସେନ, ସମ୍ବଲପୁର ଅମିତ କୁମାର ଗୁରୁ, ସୁବର୍ଣ୍ଣପୁର ବିନୋଦ ପତ୍ର ଓ ସୁନ୍ଦରଗଡ଼ ନିର୍ମଳ ଚନ୍ଦ୍ର ନାଇକ ଜିଲ୍ଲା ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି।
