ନୂଆଦିଲ୍ଲୀ,ଭୁବନେଶ୍ୱର,୧୯/୦୮/୨୦୨୫ (ଓଡ଼ିଶା ସମାଚାର /ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକ ଉଚ୍ଚସ୍ତରୀୟ ବୈଠକର ଅଧ୍ୟକ୍ଷତା କରିଛନ୍ତି । ବୈଠକରେ ସହଜ ଜୀବନଯାପନ, ବ୍ୟବସାୟିକ ସୁଗମତାରେ ସୁଧାର ଏବଂ ସମାବେଶୀ ସମୃଦ୍ଧିକୁ ପ୍ରୋତ୍ସାହନ ଦେବା ଉଦ୍ଧେଶ୍ୟରେ ଦ୍ରୁତ ତଥା ବିସ୍ତୃତ ସଂସ୍କାର କାର୍ଯ୍ୟକାରୀ କରିବା ନିମନ୍ତେ ପରବର୍ତୀ ପିଢ଼ିର ସଂସ୍କାର ପାଇଁ ରୂପ ରେଖ ପ୍ରସ୍ତୁତି ସମ୍ପର୍କରେ ସବିଶେଷ ବିଚାରବିମର୍ଶ କରାଯାଇଛି ।
ଗୋଟିଏ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି: ‘‘ପରବର୍ତୀ ପିଢ଼ିର ସଂସ୍କାର ପାଇଁ ରପୂ ରେଖ ଉପରେ ଆଲୋଚନା ଲାଗି ଏକ ବୈଠକରେ ଅଧ୍ୟକ୍ଷତା କଲି । ସବୁ କ୍ଷେତ୍ରରେ ଦ୍ରୁତ ସଂସ୍କାର କାର୍ଯ୍ୟକାରୀ କରିବା ଲାଗି ଆମେ ସଂକଳ୍ପବଦ୍ଧ, ଯାହାକି ସହଜ ଜୀବନଧାରଣ, ବ୍ୟବସାୟିକ ସୁଗମତା ଏବଂ ସମୃଦ୍ଧିକୁ ପ୍ରୋତ୍ସାହିତ କରିବ ।’’
