ପାଟକୁରା ୦୪/୧୧/୨୦୨୫ (ଓଡିଶା ସମାଚାର)- ପାଟକୁରା ଥାନା ଅଧୀନ ଅନ୍ତେଇ ଗ୍ରାମପଞ୍ଚାୟତ ପାଇଲୋ ଗ୍ରାମର ଆରାଧ୍ୟ ରାଧା-ଦାମୋଦର ଙ୍କ ଦର୍ଶନ ପାଇଁ ପଞ୍ଚୁକରେ ଶ୍ରଦ୍ଧାଳୁ ମାନଙ୍କ ପ୍ରବଳ ଭିଡ଼ ହେଉଛି । ମନ୍ଦିର ପରିଚାଳନା କମିଟି ତରଫରୁ ଶୃଙ୍ଖଳିତ ଦର୍ଶନ ପାଇଁ ଧାଡି ଦର୍ଶନର ବ୍ୟବସ୍ଥା କରାଯାଇଛି ।
ଆସନ୍ତା କାଲି କାର୍ତ୍ତିକ ପୁର୍ଣିମାରେ ରାଧା-ଦାମୋଦରଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଅଧିକ ହେବ ବୋଲି ଆଶା କରାଯାଉଛି । ବିଭିନ୍ନ ମାନସିକ ଧାରୀ ଦୂରଦୂରାନ୍ତରୁ ସେମାନଙ୍କ ମାନସିକ ପୂରଣ ପାଇଁ ଠାକୁରଙ୍କୁ ଦର୍ଶନ କରି ଠାକୁରଙ୍କ ଠାରେ ପ୍ରସାଦ ଲାଗି କରନ୍ତି । କାର୍ତ୍ତିକ ମାସରେ ଠାକୁରଙ୍କ ନିତୀ କାନ୍ତିରେ ସ୍ୱତନ୍ତ୍ରତା ଅଛି । ମାସ ତମାମ ପ୍ରତ୍ୟୁଷରୁ ମଙ୍ଗଳ ଆଳତି କରାଯାଇ ଅନ୍ୟାନ୍ୟ ନୀତିକାନ୍ତି କରାଯାଏ । ମୁଖ୍ୟ ସେବାୟତ ରାଜେନ୍ଦ୍ର ପ୍ରସାଦ ଶୁକ୍ଳ (ଟୁକ ନନା)ଠାକୁରଙ୍କ ନୀତିକାନ୍ତି ସଂଚାଳନ କରୁଛନ୍ତି ।
