କଟକ ମଧୁପାଟଣା ପ୍ରେସ ଛକ ମାଛ ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ,୩୦ ରୁ ଉର୍ଦ୍ଧ୍ବ ମାଛ ଦୋକାନ ପୋଡ଼ି ଭସ୍ମିଭୁତ 

କଟକ ସଦର,୦୧/୦୬/୨୦୨୬ (ଓଡ଼ିଶା ସମାଚାର/ବିଷ୍ଣୁ ବେହେରା)- କମିଶନରେଟ କଟକ ମଧୁପାଟଣା ଥାନା ଅନ୍ତର୍ଗତ ଖପୁରିଆ ମାଛ ମାର୍କେଟରେ ଆଜି ସୋମବାର ଭୋରରୁ ଭୟାବହ ଅଗ୍ନିକାଣ୍ଡ ଘଟି ୩୦ରୁ ଅଧିକ ଦୋକାନ ସହିତ ଲକ୍ଷ ଲକ୍ଷ ଟଙ୍କାର ସମ୍ପତି ପୋଡ଼ି ଭସ୍ମିଭୁତ ହୋଇଥିବା ଜଣାପଡିଛି। ଖଵର ପାଇ ୫ଟି ଦମକଳ ଗାଡ଼ି ଓ ଅଗ୍ନିଶମ ବିଭାଗର ଆଗ୍ନିକ ମାନେ ଦୀର୍ଘ ୭ ଘଣ୍ଟାର ଆକ୍ରାନ୍ତ ପରିଶ୍ରମ କରି ନିଆଁକୁ ଆୟତ୍ତ କରିଥିଲେ।

ଏଥିରେ ଜନୈକ ବ୍ୟବସାୟୀଙ୍କର ଆଲମିରା ରେ ଥିବା ୧୩ ଲକ୍ଷରୁ ଉର୍ଦ୍ଧ୍ବ ୫ ଶହ ଟଙ୍କିଆ ନୋଟ୍ ଵିଡା ସବୁ ପୋଡି ପାଉଁଶ ହୋଇଯାଇଥିବା ଦେଖାଯାଇଛି। ପାଖରେ ଥିବା ବ୍ୟାଙ୍କ ଅଫ୍‌ ବରୋଦା ମଧ୍ୟ କ୍ଷତିଗ୍ରସ୍ତ ହୋଇଛି ।

ଘଟଣା ସ୍ଥଳକୁ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେଵ୍ ସିନ୍ଧେ,ସିଏମସି ମେୟର ସୁବାସ ସିଂହ,କମିଶନର କିରଣଦୀପ କଉର ସହୋଟା,ଚୈ।ଦ୍ୱାର କଟକ ର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ, ଡିସିପି ରିଷିକେଶ ଖିଲାରୀ ଦ୍ୟାନଦେଓ ପ୍ରମୁଖ ଯାଇଁ ସ୍ଥିତି ଅନୁଧ୍ୟାନ କରିବା ସହିତ କ୍ଷତିଗ୍ରସ୍ତ ଵ୍ୟଵସାୟୀ ମାନଙ୍କୁ ଧୌର୍ଯ୍ୟହରା ନହେବାକୁ ଆଶ୍ୱ।ସନା ଦେଇଥିଲେ।

Leave a Reply

Your email address will not be published. Required fields are marked *