“ନବୀନ ଦାସଙ୍କୁ ଉତ୍କଳ ସାମ୍ବାଦିକ ରତ୍ନ ସମ୍ମାନ”
୭ଜଣଙ୍କୁ ସ୍ମାରକୀ ସମ୍ମାନ ଓ ୩୩ଜଣ ବରିଷ୍ଠ ସାମ୍ବାଦିକଙ୍କୁ ପେନସନ ପ୍ରଦାନ
ଭୁବନେଶ୍ୱର,୧୬/୧୧/୨୦୨୪ (ଓଡ଼ିଶା ସମାଚାର)- ରାଜ୍ୟର ସାମ୍ବାଦିକମାନଙ୍କ ପାଇଁ ଓଡ଼ିଶାରେ ପେନସନ ଯୋଜନା ଲାଗୁ କରିବାକୁ ରାଜ୍ୟପାଳଙ୍କୁ ସରକାର ପ୍ରସ୍ତାବ ଦେଲେ ତାହା କାର୍ଯ୍ୟକାରୀ କରାଯିବ । ଆସନ୍ତା ବର୍ଷ ଜାତୀୟ ପ୍ରେସ୍ ଦିବସ ପୂର୍ବରୁ ଏହି ବ୍ୟବସ୍ଥା ଲାଗୁ ହେବା ଦିଗରେ ପ୍ରଚେଷ୍ଟା ହେବ । ଏଥିସହିତ ପ୍ରତି ଜିଲାରେ ଝାଡ଼ଖଣ୍ଡ ପ୍ରଦେଶ ଢାଂଚାରେ ପ୍ରେସ୍ କ୍ଲବ ନିର୍ମାଣ ପାଇଁ ଓଡ଼ିଶା ସରକାର ଆସନ୍ତା ୫ ବର୍ଷରେ ଧ୍ୟାନ ଦେବେ ବୋଲି ରାଜ୍ୟପାଳ ରଘୁବର ଦାସ ସୂଚନା ଦେଇଛନ୍ତି । ଶନିବାର ସ୍ଥାନୀୟ ଜୟଦେବ ଭବନଠାରେ ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ଼ ଆନୁକୂଲ୍ୟରେ କେନ୍ଦ୍ର ସରକାରଙ୍କ ଦୂରଦର୍ଶନ କେନ୍ଦ୍ର, ଆକାଶବାଣୀ, ରିଜିଓନାଲ ଆଉଟ ରିଚ୍ ବୁ୍ୟରୋ (ଆରଓବି), ଫିଲ୍ଡ ଆଉଟ୍ ରିଚ୍ ବୁ୍ୟରୋ (ଏଫଓବି) ଏବଂ ଏକାଡ଼େମୀ ଅଫ୍ ମ୍ୟାନେଜମେଂଟ ଆଣ୍ଡ ଇନଫରମେସନ ଟେକ୍ନୋଲୋଜି (ଅମିତ୍)ର ମିଳିତ ଭାବେ ଜାତୀୟ ପ୍ରେସ୍ ଦିବସ ପାଳନ କରାଯାଇଥିଲା । ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ଼ ପକ୍ଷରୁ ଜାତୀୟ ପ୍ରେସ୍ ଦିବସ-୨୦୨୪ ଅବସରରେ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ରାଜ୍ୟର ୩୩ଜଣଙ୍କୁ ବରିଷ୍ଠ ସାମ୍ବାଦିକଙ୍କୁ ପେନସନ୍ ପ୍ରଦାନ କରାଯିବା ସହିତ ୭ଜଣ ବରିଷ୍ଠ ସାମ୍ବାଦିକଙ୍କ ସ୍ମୃତି ଉଦ୍ଧେଶ୍ୟରେ ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ସ୍ୱୟଂଶାସିତ ମହାବିଦ୍ୟାୟରେ ସାମ୍ବାଦିକତା ଶିକ୍ଷା କ୍ଷେତ୍ରରେ ସର୍ବୋଚ୍ଚ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଛି ।
ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ଶ୍ରୀ ଦାସ କହିଛନ୍ତି ଯେ,ଡିଜିଟାଲ ମିଡ଼ିଆ ଯୁଗରେ ସାମ୍ବାଦିକର ବୃତିଗତ ପରିବର୍ତନ ହୋଇଛି, କିନ୍ତୁ ବିଭିନ୍ନ ପରିବର୍ତନ ଭିତରେ ସାମ୍ବାଦିକତାର ମୂଳ ସିଦ୍ଧାନ୍ତ ଅପରିବର୍ତିତ ରହିଛି । ସାମ୍ବାଦିକତା ସମାଜକୁ ସୁଦୃଢ କରେ, ଜନମତ ସୃଷ୍ଟି କରେ ଏବଂ ପ୍ରଶାସନକୁ ଜବାବ ଦେବା ପାଇଁ ବାଧ୍ୟ କରେ । ଦେଶସେବା ଭାବନା ଏବଂ ସତ୍ୟର ସନ୍ଧାନ ନିମିତ ଏହା ଏକ ବୃତି । ଆଜି ସାମାଜିକ ସ୍ଥିତି ବଦଳିଛି ଏବଂ ଗଣମାଧ୍ୟଧ୍ୟର ଦାୟିତ୍ୱ ବଢିଛି । ଏଭଳି ପରିପ୍ରେକ୍ଷୀରେ ନିରପେକ୍ଷ ରହି କର୍ତବ୍ୟ ପାଳନ କରିବା ଏକ କଷ୍ଟକର ସ୍ଥିତି । ଏହା ସତ୍ୱେ ନିଚ୍ଛକ ଏବଂ ବିଭ୍ରାନ୍ତିକାରୀ ଖବର ଆଦିର ପରିବେଷଣ ସାମ୍ବାଦିକମାନେ ପରିତ୍ୟାଗ କରିବା ଉଚିତ୍ । ଗରିବ ଠାରୁ ଆରମ୍ଭ କରି ଧନୀ ପର୍ଯ୍ୟନ୍ତ ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କ ସମସ୍ୟା ଉପସ୍ଥାପନ କରାଯିବା ସହ ଏହାର ସମାଧାନର ସୂତ୍ର ଦେବା ଗଣମାଧ୍ୟମର ପ୍ରଧାନ କର୍ତବ୍ୟ ହେବା ଉଚିତ୍ ।
ଓଡ଼ିଶା ବିଧାନସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢୀ ଏହି ଉତ୍ସବରେ ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଥିଲେ ଯେ, ନିର୍ଭୀକ ସାମ୍ବାଦିକତା ଆଧାରିତ ସମ୍ବାଦପତ୍ର ‘ଉତ୍କଳ ଦୀପିକା’କୁ ଗୋଲଟେବୁଲ୍ ବୈଠକରେ ଉପସ୍ଥାପନ କରାଯାଇଥିଲା । ଏଥିରେ ଓଡ଼ିଆ ଭାଷା ଓ ଲିପିର ପ୍ରାଚୀନତାକୁ ଉପସ୍ଥାପନ କରାଯାଇ ଓଡ଼ିଆ ଭାଷାକୁ ନିଶ୍ଚିହ୍ନ କରିବା ଆନ୍ଦୋଳନ ବିରୁଦ୍ଧରେ ବିଜୟ ହାସଲ କରାଯାଇଥିଲା । ସାମ୍ବାଦିକତା ଏକ କଷ୍ଟକର କାର୍ଯ୍ୟ ଏବଂ ଏଥିରେ ମନୋନିବେଶ କରୁଥିବା ଛାତ୍ରଛାତ୍ରୀମାନେ ଜଣେ ଜଣେ ତପସ୍ୱୀ । ସ୍ୱାଧୀନତା ସଂଗ୍ରାମ କାଳରେ ସାମ୍ବାଦିକମାନେ ସତ୍ୟ ପରିବେଷଣ କରି ବ୍ରିଟିଶ ଶାସନକୁ ଦୋହଲାଇ ଦେଇଥିଲେ । ସାମ୍ବାଦିକତା ବୃତି ହୋଇଛି ଦୁର୍ବାଦଳ ଭଳି କୌଣସିବି ପରିସ୍ଥିତିରେ ଏହା ବିନଷ୍ଟ ହୁଏନାହିଁ । ଦେଶରେ ଜରୁରୀକାଳୀନ ପରିସ୍ଥିତି ସମୟରେ ସାମ୍ବାଦିକତାର ସ୍ଥିତି ବର୍ଣ୍ଣନା କରି ଗଣତନ୍ତ୍ରର ସୁରକ୍ଷା କ୍ଷେତ୍ରରେ ସାମ୍ବାଦିକମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା ବୋଲି କହିଛନ୍ତି । ଭୁବନେଶ୍ୱରଠାରେ ଏକ ସାମ୍ବାଦିକ ଭବନ ନିର୍ମାଣ କ୍ଷେତ୍ରରେ ଉଦ୍ୟମ ପାଇଁ ଦିଆଯାଇଥିବା ପ୍ରସ୍ତାବକୁ ସ୍ୱୀକୃତି ଦେଉଛନ୍ତି ବୋଲି ବାଚସ୍ପତି ଶ୍ରୀମତୀ ପାଢୀ କହିଥିଲେ । ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ଼ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଦୀପକ ମାଲବ୍ୟ କହିଥିଲେ ଯେ, ସାମ୍ବାଦିକ ୨୪ ଘଂଟା କାର୍ଯ୍ୟ କରେ । ତେଣୁ ଏମାନଙ୍କର ଦାୟିତ୍ୱ ଅନ୍ୟାନ୍ୟ ବୃତି ଠାରୁ ଭିନ୍ନ ଏବଂ ଗୁରୁତ୍ୱପୂର୍ଣ୍ଣ । ସାମ୍ବାଦିକତା ଜନତାର ସେବକ ବୃତି ଏବଂ ଜନତାର ସ୍ୱର ବୋଲି କହି ସାମ୍ବାଦିକମାନଙ୍କୁ ପେନସନ ପ୍ରଦାନ କ୍ଷେତ୍ରରେ ଏକ ବୋର୍ଡ଼ ଗଠନ କରି ଏହି ବୋର୍ଡ଼ରେ କିଛି ପାଣ୍ଠି ରଖି ପେନସନ ଦିଆଯିବା ପାଇଁ ପ୍ରସ୍ତାବ ଦେଇଥିଲେ ।
ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ଼ର ସଭାପତି ତଥା ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ପ୍ରାରମ୍ଭରେ ସ୍ୱାଗତ ଭାଷଣ ଦେଇ ସଂଗଠନର କାର୍ଯ୍ୟକାରିତା ଏବଂ ସଂକ୍ଷିପ୍ତ ଇତିହାସ ଆଲୋଚନା କରିଥିଲେ । ବୋର୍ଡ଼ର ସାଧାରଣ ସମ୍ପାଦକ ସନତ ମିଶ୍ର ଦେଶରେ ସାମ୍ବାଦିକମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା ପାଇଁ ପ୍ରତ୍ୟେକ ରାଜ୍ୟରେ ସାମ୍ବାଦିକ କଲ୍ୟାଣ ଭବନ ନିର୍ମାଣ ହେବା ଉଚିତ୍ ବୋଲି କହିଥିଲେ । ବୋର୍ଡ଼ର ଉପସଭାପତି ତଥା ବରିଷ୍ଠ ସାମ୍ବାଦିକ ପ୍ରଦୁ୍ୟମ୍ନ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ମୃତୁ୍ୟଞ୍ଜୟ ରଥ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ଏହି ଅବସରରେ ଦୈନିକ ସମ୍ବାଦପତ୍ର ‘ସତ୍ୟର ସ୍ୱର ନିର୍ଭୟ’ର ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କୁ ‘ଉତ୍କଳ ସାମ୍ବାଦିକ ରତ୍ନ ସମ୍ମାନ-୨୦୨୪’ ପ୍ରଦାନ କରାଯିବା ସହିତ, ଆନ୍ଧ୍ରପ୍ରଦେଶର ‘ଆଦର୍ଶରତ୍ନ’ ସମ୍ବାଦପତ୍ରର ପତି ଭେଙ୍କଟ ନରସିଂହା ରାଓ, ପଶ୍ଚିମ ବଙ୍ଗଳାର ‘ଏକ୍ସପ୍ରେସ୍ ନୁ୍ୟଜ୍’ର ମଦନ ସିଂ, ତେଲେଙ୍ଗାନାର ‘ମାରୋ କୁରୁକ୍ଷେତ୍ରମ’ ସମ୍ବାଦପତ୍ରର ଶେଖ ଇସଲାମ ଉଦ୍ଧିନ, ଝାଡ଼ଖଣ୍ଡର ‘ଝାଡ଼ଖଣ୍ଡ ଅବଜରବର’ ପତ୍ରିକାର ପରଭିନ୍ଦ କୁମାର ପାଣ୍ଡେ, ବିହାରର ‘ଶ୍ରୀ ସାଇ ଭିଜନ’ ପତ୍ରିକାର ଅରୁପ କୁମାର ମଜୁମଦାର, ଗୁଜୁରାଟର ‘ଡାର୍କ ସ୍କାଏ’ ପତ୍ରିକାର ଶଶି କୁମାର, ମୁମ୍ବାଇର ‘ଓଭରସିଜଲୁକ୍’ ପତ୍ରିକାର ଅମିତ କୁମାର ଦୁବେ ପ୍ରମୁଖଙ୍କୁ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ୭ ଜଣ ବରିଷ୍ଠ ସାମ୍ବାଦିକଙ୍କୁ ‘ରାଷ୍ଟ୍ରୀୟ ସାମ୍ବାଦିକ ଗୌରବ ସମ୍ମାନ’ରେ ସମ୍ମାନିତ କରାଯାଇଛି । ଏହାଛଡ଼ା ପାରାଦ୍ୱୀପ ଫସପେଟ ଲିମିଟେଡ଼ (ପିପିଏଲ୍)ର କର୍ପୋରେଟ ମୁଖ୍ୟ ସୁଧି ରଞ୍ଜନ ମି୍ଶ୍ରଙ୍କୁ ପବ୍ଲିକ ରିଲେସନ ଓ ହୁ୍ୟମାନ ରସୋର୍ସ ଡ଼େଭଲପମେଂଟ ସମ୍ମାନ-୨୦୨୪ ପ୍ରଦାନ କରାଯାଇଛି । ୨୦୨୩ ମସିହାରେ ସାମ୍ବାଦିକତା ଶିକ୍ଷା କ୍ଷେତ୍ରରେ ସର୍ବୋଚ୍ଚ ସ୍ଥାନ ହାସଲ କରିଥିବା ଉତ୍କଳ ବିଶ୍ୱବିଦ୍ୟାଳୟ, ବାଣୀବିହାର, ଭୁବନେଶ୍ୱରର ଛାତ୍ର ଅଂଶୁମାନ ସାହୁଙ୍କୁ ‘ରବି ନାରାୟଣ ମହାନ୍ତି ସ୍ମାରକୀ ସମ୍ମାନ-୨୦୨୪’, ବାଲେଶ୍ୱରସ୍ଥିତ ଫକୀର ମୋହନ ବିଶ୍ୱବିଦ୍ୟାଳୟର ଛାତ୍ରୀ ସୁପି୍ରୟା ପ୍ରଧାନଙ୍କୁ ‘ପ୍ରଦୁ୍ୟମ୍ନ ବଳ ସ୍ମାରକୀ ସମ୍ମାନ-୨୦୨୪’, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱରର ଛାତ୍ର ସ୍ତୁତି ରଞ୍ଜନ ପ୍ରଧାନଙ୍କୁ ଗୋପାଳ ମିଶ୍ର ସ୍ମାରକୀ ସମ୍ମାନ-୨୦୨୪, କଟକସ୍ଥିତ ରେଭେନ୍ସା ବିଶ୍ୱବିଦ୍ୟାଳୟର ଛାତ୍ରୀ ରିନି ସିହ୍ନାଙ୍କୁ ‘ରାମହରି ମିଶ୍ର ସ୍ମାରକୀ ସମ୍ମାନ-୨୦୨୪’, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଛାତ୍ରୀ କୁମାରୀ ଶିଭାନୀଙ୍କୁ ‘ବରେନ୍ଦ୍ରକୃଷ୍ଣ ଧଳ ସ୍ମାରକୀ ସମ୍ମାନ-୨୦୨୪’, ଢେଙ୍କାନାଳସ୍ଥିତ ଇଣ୍ଡିଆନ ଇନ୍ଷ୍ଟିଚୁ୍ୟଟ ଅଫ୍ ମାସ୍ କମୁ୍ୟନିକେଶନ (ଆଇଆଇଏମ୍ଏସ୍)ର ଓଡ଼ିଆ ବିଭାଗ ଛାତ୍ର ସୂରଜ କୁମାର ବେହେରାଙ୍କୁ ‘ଦିଲ୍ଲୀପ ଶତପଥୀ ସ୍ମାରକୀ ସମ୍ମାନ-୨୦୨୪’ ଏବଂ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ, ଭୁବନେଶ୍ୱରର ଛାତ୍ରୀ ତପସ୍ୟା ପତିଙ୍କୁ ‘ଅରିନ୍ଦମ୍ ଦାଶ ସ୍ମାରକୀ ସମ୍ମାନ-୨୦୨୪’ ସମ୍ମାନରେ ସମ୍ମାନିତ କରାଯାଇଛି । ଏହା ବ୍ୟତୀତ ରାଜ୍ୟର ୩୩ଜଣ ବରିଷ୍ଠ ସାମ୍ବାଦିକ ଅର୍ଜୁନ ରଞ୍ଜନ ପଣ୍ଡା, ମହେଶ୍ୱର ମୂଳିଆ, ଦୁଲାଲ ମିଶ୍ର, ସୁରେନ୍ଦ୍ର ସାହୁ, ପ୍ରଦୋଷ ପଟ୍ଟନାୟକ, ପ୍ରଶାନ୍ତ କୁମାର ପଟ୍ଟନାୟକ, ପ୍ରବୋଧ କୁମାର ମିଶ୍ର, ସାରଦା ପ୍ରସନ୍ନ ନନ୍ଦ, ଶରତ ଚନ୍ଦ୍ର ଦାଶ, ସୁବାସ ଚନ୍ଦ୍ର ପଟ୍ଟନାୟକ, ଅକ୍ଷୟ କୁମାର ପତି, ହଳଧର ଧୀର, ରମେଶ ଚନ୍ଦ୍ର ମହାନ୍ତି, ସେକ୍ ଅବଦୁଲ ମନାନ, ଗୋଲକ ସୂତାର, ଭାଗବତ ତ୍ରିପାଠୀ, ବସନ୍ତ କୁମାର ଦାଶ, ଶ୍ରୀରାମ ଦାଶ, ଗୁରୁ କଲ୍ୟାଣ ମହାପାତ୍ର, ବାଉରୀବନ୍ଧୁ ମହାରଣା, ସୁଜ୍ଞାନ ଚୌଧୁରୀ, ରବି ରଥ, ଗୌରାଙ୍ଗ ଚରଣ ହୋତା, ତି୍ରଲୋଚନ ମହାପାତ୍ର, ଅମ୍ବିକା କାନୁନଗୋ, ପ୍ରସନ୍ନ କୁମାର ନାୟକ, ସୁବାସ ପାଣିଗ୍ରାହୀ, ସତ୍ୟ ରାୟ, ଶିବରାମ ଦାସ, ଦିବାକର ପ୍ରଧାନ, ପଦ୍ମନାଭ ଜେନା, ପରେଶ ଦାସ, ରବି ସ୍ୱାଇଁଙ୍କୁ ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ପେନ୍ସନ ପ୍ରଦାନ କରାଯାଇଛି ।
ଅପରାହ୍ନ ଅଧିବେଶନରେ ‘ଗଣମାଧ୍ୟମର ପରିବର୍ତନଶୀଳତା’ଶୀର୍ଷକ ଉପରେ ଏକ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା । ଏହି ଆଲୋଚନାଚକ୍ରରେ ରାଜସ୍ୱ, ବିପର୍ଯ୍ୟୟ ଓ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଥିଲେ ଯେ, ସତ୍ୟ ପରିବେଷଣ ସହଜ ନୁହେଁ । ଏ କ୍ଷେତ୍ରରେ ଆକ୍ରୋଶର ଶିକାର ହେବାକୁ ହିଁ ପଡ଼ିବ । ଗଣତନ୍ତ୍ରର ତିନିସ୍ତମ୍ଭ ବ୍ୟବସ୍ଥାପକ, କାର୍ଯ୍ୟପାଳିକା ଏବଂ ନ୍ୟାୟପାଳିକାର କାର୍ଯ୍ୟକୁ ନିରୀକ୍ଷଣ କରି ଏହାର ତ୍ରୁଟି ବିୁଚ୍ୟତ ଦର୍ଶାଇବା ଗଣମାଧ୍ୟମର କର୍ତବ୍ୟ । ତେଣୁ ଗଣତନ୍ତ୍ରର ତିନିସ୍ତମ୍ଭ ଠାରୁ ଚତୁର୍ଥସ୍ତମ୍ଭ କୁହାଯାଉଥିବା ଗଣମାଧ୍ୟମର ବିଶ୍ଲେଷଣ ଶକ୍ତି ଅଧିକ ବୋଲି ସେ ମତବ୍ୟକ୍ତ କରିଥିଲେ । ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ଆଲୋଚନାରେ ଅଂଶଗ୍ରହଣ କରି କହିଛନ୍ତି ଯେ, ବର୍ତମାନ ସମୟରେ ଗଣମାଧ୍ୟମ ମିଛ ଠାରୁ ଦୂରେଇ ରହିବା ଉଚିତ୍ । ସତ୍ୟ, ନ୍ୟାୟ ଓ ଧର୍ମର ଜୟ ହୁଏ ବୋଲି ପୌରାଣିକ ଚରିତ୍ର ଦେବଶ୍ରୀ ନାରଦଙ୍କ ଠାରୁ ଏହା ଲକ୍ଷ୍ୟ କରାଯାଇଛି । ‘ସମ୍ବାଦ’ ଗ୍ରୁପ୍ର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ସାମ୍ବାଦିକ ହେବାପାଇଁ ସଂକଳ୍ପ ନେଇଥିôବା ଛାତ୍ରଛାତ୍ରୀମାନଙ୍କୁ ଏ ବୃତି ସମ୍ପର୍କରେ ସମୀକ୍ଷା କରିବା ଆବଶ୍ୟକ । ଅନ୍ୟ ବୃତି ଭଳି ଏହା ହୋଇନଥିବାରୁ ତୃତୀୟ ନୟନର ବିଶେ୍ଲଷଣ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ ।
ଆକାଶବାଣୀ ଓ ଦୂରଦର୍ଶନ କେନ୍ଦ୍ରର ପୂର୍ବତନ ଉପନିର୍ଦ୍ଧେଶକ ସୁଧାଂଶୁ ଶେଖର ଧଡ଼ା, ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡର କାର୍ଯ୍ୟକାରୀ ସଭାପତି ଶ୍ରୀରାମ ଦାଶ, ୟୁଟି ମିରର ସମ୍ପାଦକ ସନ୍ତୋଷ ପାଣ୍ଡେ, ଓୟୁଜେର ସଭାପତି ପ୍ରସନ୍ନ କୁମାର ମହାନ୍ତି, ୟୁଜେଏର ସଭାପତି ବିଭୂତି ଭୂଷଣ କର, ଆଇଓଡବ୍ଲୁ୍ୟଜେର ସଭାପତି ଭାଗବତ ତି୍ରପାଠୀ, ବରିଷ୍ଠ ସାମ୍ବାଦିକ ସନ୍ଦିପ ସାହୁ, ସନ୍ଦିପ ମିଶ୍ର, ରମେଶ ଚନ୍ଦ୍ର ମହାନ୍ତି, ପ୍ରତିଦିନର ସମ୍ପାଦକ ସୁଧୀର ପଣ୍ଡା, ରବି ରଥ ଓ ଅକ୍ଷୟ ସାହୁ ଏବଂ ଅମିତ୍ କଲେଜର ପି୍ରନ୍ସିପାଲ୍ ଲିଙ୍ଗରାଜ ପାତ୍ର, ନିର୍ଦ୍ଧେଶକ ତ୍ରିଦେବ ନାରାୟଣ ମହାନ୍ତି ଓ ଡ. ସୁପି୍ରତା ପାଲିତ୍ ପ୍ରମୁଖ ଏହି ଆଲୋଚନା ଚକ୍ରରେ ଅଂଶଗ୍ରହଣ କରିଥିଲେ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସଂଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଉତ୍କଳ ସଂଗୀତ ମହାବିଦ୍ୟାଳୟ ଓ ଦୂରଦର୍ଶନକେନ୍ଦ୍ର ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମନୋଜ ପ୍ରଧାନ, ଗୌରଚନ୍ଦ୍ର ମହାପାତ୍ର, ପ୍ରଭାସ ରଞ୍ଜନ ଦାସ ପ୍ରମୁଖ ସଂଚାଳନ କରିଥିଲେ ।