ସମସ୍ତ ବର୍ଗର ମତଦାତାଙ୍କୁ ଭୋଟ ଦେବାକୁ ପ୍ରୋତ୍ସାହିତ କରିବା ଜନିତ ବ୍ୟବସ୍ଥିତ ଶିକ୍ଷା ସୂଚନା ଓ ସଚେତନତା ଜାଗରଣ ( SVEEP) କାର୍ଯ୍ୟକ୍ରମର ଶୁଭାରମ୍ଭ ।

ଯାଜପୁର, ୨୩/୦୪/୨୦୨୪ (ଓଡ଼ିଶା ସମାଚାର)-ଭାରତର ନିର୍ବାଚନ କମିଶନଙ୍କ ନିର୍ଦ୍ଧେଶମତେ ଯାଜପୁର ଜିଲାରେ ଜୁନ୍ ୧ ତାରିଖରେ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟରେ ଭୋଟ ଗ୍ରହଣ ଅନୁଷ୍ଠିତ ହେବ । ନିର୍ବାଚନ କମିଶନ ମତଦାନ ହାରକୁ ଯଥା ସମ୍ଭବ ବୃଦ୍ଧି କରିବା ଦିଗରେ ଯୁବ ଭୋଟର, ଦିବ୍ୟାଙ୍ଗ ଭୋଟର,କିନ୍ନର ଭୋଟର, ବରିଷ୍ଠ ନାଗରିକ ଭୋଟର ମାନଙ୍କୁ ଶତକଡା ଶତ ପ୍ରତିଶତ ସାମିଲ କରିବା ଦିଗରେ ବିଭିନ୍ନ କାର୍ଯ୍ୟକ୍ରମ ଚାଲୁ ରଖିଛନ୍ତି । ଚଳିତ ଏକକାଳୀନ ଲୋକସଭା ଓ ଓଡିଶା ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଥିବାରୁ ଜିଲା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଆଦେଶ ଏବଂ ଜିଲାପାଳ ତଥା ଜିଲା ମାଜିଷ୍ଟ୍ରେଟ୍ ଏବଂ ଜିଲା ନିର୍ବାଚନ ଅଧିକାରୀ ଶ୍ରୀ ନିଖିଲ ପୱନ ସଲ୍ୟାଣ ଙ୍କ ନିର୍ଦ୍ଧେଶମତେ ଭୋଟ ଦାନ, ମହତ ଦାନ, ଜାଗୃତ ହୋଇ କରନ୍ତୁ ମତଦାନ ପ୍ରତ୍ୟେକ ଭୋଟ ଅଟେ ମୂଲ୍ୟବାନ, ସକ୍ଷମ ହେଉକି ଭିନ୍ନକ୍ଷମ, ସଭିଙ୍କ ପାଇଁ ନିର୍ବାଚନ, ଆପଣଙ୍କ ମତ, ଓଡିଶାର ଭବିଷ୍ୟତ, ମୋ ଭୋଟ ମୋ ଗର୍ବ, ଭୋଟର ହୋଇ ମୁଁ ଗର୍ବିତ ଭୋଟ ଦେବାପାଇଁ ପ୍ରସ୍ତୁତ ଏବଂ ମତଦାନ ଏକ ମୌଳିକ ଅଧିକାର ପୂର୍ବକ ଭୋଟର ଜାଗରଣ ବହୁଳ ମାତ୍ରାରେ ଜିଲାରେ କରିବା ଦିଗରେ ଯୁବ ଭୋଟର, ମହିଳା ଭୋଟର, ସଚେତନ ନାଗରିକ ମାନଙ୍କୁ ନେଇ ଏକ ପଦଯାତ୍ରା ରାଲି ମାଧ୍ୟମରେ ସତେଚନତା କାର୍ଯ୍ୟକ୍ରମ ଜିଲା କାର୍ଯ୍ୟାଳୟ ପରିସରରୁ ବାହାରି ଗାନ୍ଧି ଛକ, ରେଡକ୍ରସ ଛକ, ମେଡିକାଲ ଛକ ଦେଇ ହକି ଷ୍ଟାଡିୟମ ଠାରେ ପହଞ୍ଚିଥିଲା । ଏହି ପଦଯାତ୍ରା ସଚେତନତା ରାଲିକୁ ଜିଲାପାଳ ତଥା ଜିଲା ମାଜିଷ୍ଟ୍ରେଟ୍ ଏବଂ ଜିଲା ନିର୍ବାଚନ ଅଧିକାରୀ ଶ୍ରୀ ନିଖିଲ ପବନ କଲ୍ୟାଣ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ପଦଯାତ୍ରା ରାଲି ପ୍ଳାକାର୍ଡ ଧରି ବିଭିନ୍ନ ସଚେତନତା ବାର୍ତା ସ୍ଳୋଗାନ ଦେଇ ହକି ଷ୍ଟାଡିୟମ ଠାରେ ପହଂଚିିଥିଲେ । ଏହି ରାଲିରେ ପାରମ୍ପରିକ ଲୋକକଳା ଘୋଡା ନାଚ, ପାଲା ଆଦି ମନୋରଂଜନ କାର୍ଯ୍ୟକ୍ରମ ମାଧ୍ୟମରେ ସହରରେ ମତଦାତା ମାନଙ୍କୁ ମତଦାନ ସାବ୍ୟସ୍ତ କରିବାକୁ ସଚେତନତା କରାଯାଇଥିଲା । ହକି ଷ୍ଟାଡିୟମ ପରିସରରେ ଦସ୍ତଖତ ଅଭିଯାନ, ବିଭିନ୍ନ ଭୋଟର ସଚେତନତା ପାରମ୍ପରିକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପରେ ଜିଲାପାଳ ତଥା ଜିଲା ମାଜିଷ୍ର୍ଟେଟ ଏବଂ ଜିଲା ନିର୍ବାଚନ ଅଧିକାରୀ ଜିଲା କାର୍ଯ୍ୟାାଳୟ ସମ୍ମିଳନୀ କକ୍ଷରେ ଏକ ସାମ୍ୱାଦିକ ସମ୍ମିଳନୀରେ ଯୋଗଦେଇ ସାମ୍ୱାଦିକ ମାନଙ୍କୁ ଜିଲାରେ ନିର୍ବାଚନ ପ୍ରସ୍ତୁତି ସମ୍ୱନ୍ଧରେ ଅବଗତ କରାଇବା ସହ ସଚେତନତା ଭୋଟର ଜାଗରଣର ଉଦ୍ଧେଶ୍ୟ ଓ ଆଭିମୁଖ୍ୟ ସମ୍ୱନ୍ଧରେ ଉଲ୍ଳେଖ କରି ଯାଜପୁର ଜିଲାରେ ଜୁନ୍ ୧ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା ସଚେତନତାମୂଳକ ଦୃଶ୍ୟଶ୍ରାବ୍ୟ ଭୋଟର ସଂଗୀତକୁ ଶୁଭାରମ୍ଭ କରିଥିଲେ ।
ପରେ ସମଗ୍ର ଜିଲାରେ ପ୍ରତ୍ୟେକ ବ୍ଳକ ଓ ପଂଚାୟତ ମାନଙ୍କରେ ଭୋଟର ସଚେତନତା ଜାଗରଣ ନିମନ୍ତେ ଦୁଇଗୋଟି ରଥକୁ ଜିଲା କାର୍ଯ୍ୟାଳୟରୁ ସବୁଜ ପତାକା ଦେଖାଇ ଶ୍ରୀ କଲ୍ୟାଣ ଶୁଭାରମ୍ଭ କରିଥିଲେ ।
ପଦଯାତ୍ରା ରାଲିର ସମସ୍ତ କାର୍ଯ୍ୟକ୍ରମ ମୁଖ୍ୟ ଊନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲା ପରିଷଦ, ଯାଜପୁର ଶ୍ରୀ ଅଶୋକ କୁମାର ବେହୁରିଆଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ଅତିରିକ୍ତ ଜିଲା ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲାପାଳ ଶ୍ରୀ ନବକ୍ରିଷ୍ଣ ଜେନା, ଊପ-ଜିଲାପାଳ ଶ୍ରୀ ଅଂଶୁମାନ ଶତପଥୀ, ଡେପୁଟୀ କଲେକ୍ଟର, ନିର୍ବାଚନ ଶ୍ରୀ ରଶ୍ମୀ ରଂଜନ ମଲ୍ଳ୍ିକ, ଶାଶ୍ୱତୀ ସାଡୁଆଳ, ଶ୍ରୀମତୀ ସୋନମ ଦାସ, ଶ୍ରୀ ବରିଆଲ ମୁର୍ମୁ, ଜିଲା ସଂସ୍କୃତି ଅଧିକାରୀ ସୁଶ୍ରୀ ସୋନାଲି ବେହେରା, ତହସିଲଦାର, ଦଶରଥପୁର ଶ୍ରୀ ବିକ୍ରମ କେଶରୀ ପରିଡା, ବିଡିଓ, ଯାଜପୁର ଶ୍ରୀ ସ୍ୱାଗତ ଦାସ, ଯାଜପୁର ପୌର ପରିଷଦ ନିର୍ବାହୀ ଅଧିକାରୀ ଶ୍ରୀ ଅନିଲ କୁମାର ମହାନ୍ତି, ଜିଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ସବିତା ଚ୍ୟାଊପଟ୍ଟନାୟ, ଜିଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ରବିନ୍ଦ୍ର ନାଥ ବେହେରା, ଜିଲା ମଙ୍ଗଳ ଅଧିକାରୀ ଶ୍ରୀ ଶରତ ଚନ୍ଦ୍ର ବେହେରା, ଜିଲା କ୍ରୀଡା ଅଧିକାରୀ ଶ୍ରୀ ପଂକୀର ମୋହନ ଟୁଡୁ, ଏମଜିଏନଆରଇଜିଏସ୍ ଶ୍ରୀ ଚିନ୍ମୟ ସିଂ ଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *