ଜିଲାପାଳ ଏବଂ ଜିଲା ମାଜିଷ୍ଟ୍ରେଟ୍ ତଥା ନିର୍ବାଚନ ଅଧିକାରୀଙ୍କ ରାଜନୈତିକ ଦଳ ମାନଙ୍କ ସହ ବୈଠକ ଅନୁଷ୍ଠିତ ।

ଯାଜପୁର, ୨୩/୦୪/୨୦୨୪ (ଓଡ଼ିଶା ସମାଚାର)- ଆଜି ପୂର୍ବାହ୍ନରେ ଜିଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲାପାଳ ଏବଂ ଜିଲା ମାଜିଷ୍ଟ୍ରେଟ୍ ତଥା ଜିଲା ନିର୍ବାଚନ ଅଧିକାରୀ ଶ୍ରୀ ନିଖିଲ ପବନ କଲ୍ୟାଣ ଙ୍କ ଅଧ୍ୟକ୍ଷତାରେ ରାଜନୈତିକ ଦଳ ମାନଙ୍କ ସହ ଚଳିତ ଲୋକସଭା ଓ ବିଧାନସଭା ନିର୍ବାଚନ ସମ୍ୱନ୍ଧୀୟ ଏକ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ବୈଠକରେ ଯୋଗ ଦେଇଥିବା ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ମାନଙ୍କୁ ନିର୍ବାଚନର ପ୍ରାକ୍ ପ୍ରସ୍ତୁତି କାର୍ଯ୍ୟକ୍ରମ ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଅବଗତ କରାଇଥିଲେ ।
ଜିଲାରେ ଆଗାମୀ ଜୁନ୍ ୧ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ । ଯାଜପୁର-୮ ଲୋକସଭା ଆସନ, ୪୮-ବିଂଝାରପୁର ବିଧାନସଭା ଆସନ, ୪୯-ବରୀ, ୫୦-ବଡଚଣା,୫୧-ଧର୍ମଶାଳା, ୫୨-ଯାଜପୁର, ୫୩-କୋରାଇ ଏବଂ ୫୪-ସୁକିନ୍ଦା ବିଧାନସଭା ଆସନ ନିମନ୍ତେ ଭୋଟ ଗ୍ରହଣ ଅନୁଷ୍ଠିତ ହେବ । ଜିଲାରେ ମୋଟ ୧୬୩୫ ଗୋଟି ବୁଥ୍ ଏବଂ ତନ୍ମଧ୍ୟରୁ ୨ ଗୋଟି ବୁଥ୍ର ଶାଖା ବୁଥ୍ କୁ ନେଇ ସର୍ବମୋଟ ୧୬୩୭ ଗୋଟି ବୁଥ୍ ରେ ମତଦାନ ଅନୁଷ୍ଠିତ ହେବ । ୮୮ ଗୋଟି ବୁଥ୍ ର ସ୍ଥାନ ପରିବର୍ତନ ହୋଇଥିବା ବେଳେ ୯୮୧ ଗୋଟି ବୁଥ୍ (ହାରାହାରି ଶତକଡା ୬୦ ଭାଗ ବୁଥ୍) ରେ ଆଦର୍ଶ ଆଚରଣବିଧି ଅନୁଯାୟୀ ୱେବ୍ କାଷ୍ଟିଂ କରାଯିବ । ସେହିପରି ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବାକୁ ଯାଉଥିବା ପ୍ରାର୍ଥୀମାନେ ହେଲିପ୍ୟାଡ୍, ଷ୍ଟାର ପ୍ରଚାରକ, ପ୍ରଚାର ପତ୍ରରେ ପ୍ରକାଶକ ଏବଂ ମୁଦ୍ରାକଙ୍କ ନାମ ଛାପିବା, ଜର୍ମାନ ହେଙ୍ଗରର ନିର୍ଦ୍ଧାରିତ ମୂଲ୍ୟାଙ୍କ ବ୍ୟବହାର କରିବା, ଛାପା ଏବଂ ବୈଦୁତିକ ଗଣମାଧ୍ୟମରେ ପ୍ରାର୍ଥୀମାନେ ପ୍ରଚାରଜନିତ ଅନୁମତି ଜିଲା ଏମ୍.ସି.ଏମ୍.ସି. କମିଟିରୁ ନେବା ଆଦି ବିଷୟବସ୍ତୁ ଉପରେ ଜିଲା ନିର୍ବାଚନ ଅଧିକାରୀ ଅବଗତ କରାଇଥିଲେ ।
ବୈଠକରେ ଅତିରିକ୍ତ ଜିଲା ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲାପାଳ ଶ୍ରୀ ନବକ୍ରିଷ୍ଣ ଜେନା, ଅତିରିକ୍ତ ଉପ-ଜିଲାପାଳ ଶ୍ରୀମତୀ ମନୋରମା ଜାଲି, ଡେପୁଟୀ କଲେକ୍ଟର, ନିର୍ବାଚନ ଶ୍ରୀ ରଶ୍ମି ରଂଜନ ମଲ୍ଳ୍ିକ, ଡେପୁଟୀ କଲେକ୍ଟର, ଶାଶ୍ୱତୀ ସାଡୁଆଳ, ତହସିଲଦାର, ସୁକିନ୍ଦା ଦମୟନ୍ତୀ ସାହୁ, ତହସିଲଦାର, ଧର୍ମଶାଳା ଶ୍ରୀ ଶୁଭଙ୍କର ମହାନ୍ତି, ବିଡିଓ, ରସୁଲପୁର ଶ୍ରୀ ଅବନିକାନ୍ତ ସାହୁ, ତହସିଲଦାର, ରସୁଲପୁର ଶ୍ରୀ ନିରଂଜନ ସାହୁ, ବିଡିଓ, ବଡଚଣା ଶ୍ରୀ ରବିନ୍ଦ୍ର କୁମାର ପ୍ରଧାନ, ଜିଲ୍ଳ୍ା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ଲକ୍ଷ୍ମଣ କୁମାର ବେହେରା, ବିଜୁ ଜନତା ଦଳ ପ୍ରତିନିଧି ଶ୍ରୀ ଅମିତ କୁମାର ଦାସ, ବହୁଜନ ସମାଜବାଦୀ ପାର୍ଟି ପ୍ରତିନିଧି ଶ୍ରୀ ଅକ୍ଷୟ କୁମାର ଜେନା, ଭାରତୀୟ ଜାତୀୟ କଂଗ୍ରେସ ରାଜନୈତିକ ଦଳ ପ୍ରତିନିଧି ଶ୍ରୀ ଦୁର୍ଯେ୍ୟାଧନ ବେହେରା, ଭାରତୀୟ ଜନତା ପାର୍ଟି ରାଜନୈତିକ ଦଳ ପ୍ରତିନିଧି ଶ୍ରୀ ସୁଦୀପ୍ତ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *