ଜଗତସିଂହପୁର ,୦୨/୦୩/୨୦୨୬ (ଓଡ଼ିଶା ସମାଚାର)-ଜଗତସିଂହପୁର ଜିଲ୍ଲା ଆଇନ ସବା ପ୍ରାଧିକରଣ ପକ୍ଷରୁ ଜିଲ୍ଲା ଓ ଦୌରା ଜଜ୍ ତଥା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଅଦାଲତର ସମ୍ମିଳନୀ ସଭାଗୃହରେ ସଡ଼କ ସୁରକ୍ଷା, ମୋଟର ଯାନ ଆଇନ, ମୋଟର ଦୁର୍ଘଟଣା ଦାବୀ ଟ୍ରିବ୍ୟୁନାଲ, ବିକଳ୍ପ ବିବାଦ ସମାଧାନ ପ୍ରଣାଳି ବିଷୟରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ଆଡହକ୍ ଅତିରିକ୍ତ ଜିଲ୍ଲା ଜିଲ୍ଲା ଜଜ୍ (ପୋସ୍କୋ) ଏସ୍.କେ.ଏ.ଜେଜ୍ ଜାହିରା ଅହମ୍ମଦ, ଅତିରିକ୍ତ ଜିଲ୍ଲା ଜଜ୍ ହର ପ୍ରସାଦ ପଟ୍ଟନାୟକ, ସି.ଜେ.ଏମ୍ ନିଳୀମା ପଣ୍ଡା, ପ୍ରାଧିକରଣ ସଚ଼ିବ ବିଡିଡି ଚନ୍ଦନା, ବରିଷ୍ଠ ଦେୱାନୀ ବିଚାରପତି (ଏଲ୍. ଆର) ଶର୍ମିଷ୍ଠା, ଶୁଭଦର୍ଶିନୀ ମହାନ୍ତି, ଜିଲ୍ଲା ଅଦାଲତ ନିବନ୍ଧଙ୍କ ବିଶ୍ଵ କଳ୍ପିତା ମହାନ୍ତି,ଏସ.ଡି.ଜେ.ଏମ୍ ପ୍ରତ୍ୟୁଷ କୁମାର ଚାନ୍ଦ, ମୁନସିଫ ଅନନ୍ୟା ଦାସ, ଜେ.ଏମ୍.ଏଫ୍.ସି ଅଙ୍କିତ ଦେୱାଙ୍ଗନ, ମୋଟର ଯାନ ନିରିକ୍ଷକ, ଆଇନଜିବି, ପାରା ଲିଗାଲ୍ ସ୍ଵେଚ୍ଛାସେବୀ ଉପସ୍ଥିତ ଥିଲେ।ପ୍ରାଧିକରଣ ସଚିବ ବିଡିଡି ଚନ୍ଦନା ଅତିଥି ପରିଚୟ ପ୍ରଦାନ କରିଥିଲେ ।
ଅତିରିକ୍ତ ଜିଲ୍ଲା ଜଜ୍ ଶ୍ରୀ ପଟ୍ଟନାୟକ ମୋଟର ଦୁର୍ଘଟଣା ଦାବୀ ଟ୍ରିବ୍ୟୁନାଲ ଏବଂ ପରିବର୍ତ୍ତିତ ଦାବି ଟ୍ରିବ୍ୟୁନାଲ ସହମତି ପ୍ରକ୍ରିୟା ବିଷୟରେ ସଚେତନ କରାଇଥିଲେ । ସେହିପରି ବିକଳ୍ପ ବିବାଦ ସମାଧାନ ପ୍ରଣାଳିକୁ ଛୋଟ ଛୋଟ ଉଦାହରଣ ମାଧ୍ୟମରେ ସି.ଜେ.ଏମ୍ ଶ୍ରୀମତୀ ପଣ୍ଡା ବୁଝାଇଥିଲେ। ଏସ.ଡି.ଜେ.ଏମ ଶ୍ରୀ ଚାନ୍ଦ ମୋଟର ଯାନ ଆଇନ ସମ୍ପର୍କରେ ସଚେତନ କରାଇଥିଲେ । ଅନ୍ୟତମ ବକ୍ତା ଭାବେ ଜେ.ଏମ୍.ଏଫ୍.ସି ଶ୍ରୀ ଦେୱାଙ୍ଗନ ସଡ଼କ ସୁରକ୍ଷା ବିଷୟରେ ସଚେତନ କରାଇଥିଲେ। ଏହି କାର୍ଯ୍ୟକ୍ରମକୁ ସଚ଼ିବ ବିଡିଡି ଚନ୍ଦନା ପରିଚାଳନା କରିଥିଲେ।
