ଭୁବନେଶ୍ୱର, ୨୧/୦୪/୨୦୨୪ (ଓଡ଼ିଶା ସମାଚାର)-“ମା’ ତାରିଣୀ ଚାରିଟେବୁଲ୍ ଟ୍ରଷ୍ଟ” ପକ୍ଷରୁ ୟୁନିଟ୍-୩, ଖାରବେଳ ନଗର ଅଂଚଳରେ ମା’ ତାରିଣୀଙ୍କ ଦ୍ୱିତୀୟ ଜନ୍ମବାର୍ଷିକୀ ଉତ୍ସବ ମହାସମାରୋହରେ ପାଳିତ ହୋଇଥିଲା । ଏହି ଅବସରରେ ୪ଦିନ ଧରି ପାଲା, ସଂକୀର୍ତନ ଓ ଭଜନ ପରିବେଷଣ କରାଯାଇଥିଲା । ବରିଷ୍ଠ ପ୍ରଶାସକ ଗଣେଶ୍ୱର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଜନ୍ମବାର୍ଷିକୀ ଉତ୍ସବରେ ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ ପ୍ରଦୁ୍ୟମ୍ନ କୁମାର ମହାନ୍ତି, ମନ୍ଦିରର ମୁଖ୍ୟ ପୂଜକ ସନାତନ ନାୟକ, ବସନ୍ତ ରଥ, ଟ୍ରଷ୍ଟର ସଭାପତି ବିଦ୍ୟାଧର ମିଶ୍ର, ସମ୍ପାଦକ ଦିଲ୍ଲୀ କୁମାର ମିଶ୍ର, କୋଷାଧ୍ୟକ୍ଷ ଈଶ୍ୱର କୁମାର ମୂର୍ତି, ପୃଷ୍ଠପୋଷକ ପୂର୍ଣ୍ଣଚନ୍ଦ୍ର ବରାଳ, ଏ. କେ. ମହାନ୍ତି, କୃଷ୍ଣପି୍ରୟା ମାନ୍ଧାତା, ବୀଣାପାଣି ମହାନ୍ତି, ମମତା ବିଶ୍ୱାଳ, ଉଷାମଣି ବରାଳ ଓ ଜ୍ଞାନଦୀପ ପଣ୍ଡା, ପ୍ରମୁଖ ଯୋଗଦେଇ ଜନ୍ମବାର୍ଷିକୀ ଉପଲକ୍ଷେ ୫କି.ଗ୍ରା. ଓଜନର ଛେନାପୋଡକୁ କାଟି ଭକ୍ତମାନଙ୍କୁ ଅର୍ପଣ କରାଯାଇଥିଲା ।