ଭୋଟରଙ୍କୁ ସଚେତନ କରିବା କରିବା  ଉଦ୍ଦେଶ୍ୟରେ ରାଜଧାନୀ ଭୁବନେଶ୍ୱରରେ ଏକ ବିଶାଳ ଗଣ ପଦଯାତ୍ରା

ଭୁବନେଶ୍ୱର, ୨୧/୦୪/୨୦୨୪ (ଓଡ଼ିଶା ସମାଚାର)-  ଚଳିତ ସାଧାରଣ ନିର୍ବାଚନରେ ପ୍ରତ୍ୟେକ ଭୋଟରଙ୍କୁ ସଚେତନ କରିବା କରିବା  ଉଦ୍ଦେଶ୍ୟରେ ରାଜଧାନୀ ଭୁବନେଶ୍ୱରରେ ଏକ ବିଶାଳ ଗଣ ପଦଯାତ୍ରା (ୱାକାଥନ୍) ଆୟୋଜିତ ହୋଇଥିଲା। ମଇ ୨୫ ରେ ନିଶ୍ଚୟ ଯିବି, ନିଜ ବୁଥରେ ଭୋଟ ଦେବି’। ‘ଗଣତନ୍ତ୍ରର ଏ ମହାନ ପର୍ବ, ଭୋଟ ଦେଇ ମୁଁ କରିବି ଗର୍ବ’ ଇତ୍ୟାଦି ସ୍ଲୋଗାନ ଦେଇ ସକାଳ ୬ଟାରୁ ଭୁବନେଶ୍ଵର ମାଷ୍ଟର କ୍ୟାଣ୍ଟିନଛକଠାରୁ ବାହାରି ଥିଲା ଏହି ୱାକାଥନ। ରାଜଧାନୀ ସହରାଞ୍ଚଳରେ  ଅଧିକ ସଚେତନ, ଶିକ୍ଷିତ ନାଗରିକ ବାସ କରୁଥିଲେ ମଧ୍ୟ, ମତଦାନ ହାର ଗ୍ରାମାଞ୍ଚଳ  ଅପେକ୍ଷା ସବୁବେଳେ କମ୍ ରହୁଥିବା ଅତୀତରୁ ପରିଲକ୍ଷିତ ହୋଇଛି। ଏପରିକି ମତଦାନ ହାର ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳ ତୁଳନାରେ କମ୍ ରହୁଥିବାରୁ ଭୁବନେଶ୍ଵର ମହାନଗର ନିଗମ (ବିଏମ୍‌ସି ) ଏବଂ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମରେ ଆଗାମୀ ସାଧାରଣ ନିର୍ବାଚନରେ ମତଦାନ ହାର ବୃଦ୍ଧି ପରିପ୍ରେକ୍ଷୀରେ ଏପରି ଜନ ସଚେତନତା କାର୍ଯ୍ୟକ୍ରମ  କରାଯାଉଅଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା, ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶା ଶ୍ରୀ ନିକୁଞ୍ଜ ବିହାରୀ ଧଳ, ବିଏମ୍‌ସି କମିଶନର ଶ୍ରୀ ରାଜେଶ ପ୍ରଭାକର ପାଟିଲ, ପୋଲିସ କମିଶନର ଶ୍ରୀ ସଂଜୀବ ପଣ୍ଡା, ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଡକ୍ଟର ଏନ୍. ତିରୁମାଳା ନାୟକ, ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ସମେତ ବିଏମ୍‌ସି ଓ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ବହୁ ବରିଷ୍ଠ ଅଧିକାରୀ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *