ପରାଧୀନ ଭାରତରେ କବି ବାଞ୍ଛାନିଧି ମହାନ୍ତିଙ୍କ କବିତା ଥିଲା ଦେଶ ଓ ଜାତି ପାଇଁ ସଂଜୀବନୀ ମନ୍ତ୍ର।

                              ବାସୁଦେବପୁର ଜନକଲ୍ୟାଣ ପରିଷଦ ରାଉରକେଲା ଆନୁକୂଲ୍ୟରେ ଜାତୀୟ କବି ବାଞ୍ଛାନିଧି ଜୟନ୍ତୀ ପାଳିତ।

ରାଉରକେଲା, ୨୦/୦୪/୨୦୨୪ (ଓଡ଼ିଶା ସମାଚାର)-  କବି ବାଞ୍ଛାନିଧି ଥିଲେ ଜାତୀୟ ଯୁଗର ଚାରଣ କବି। ସେ କେବଳ ସ୍ବପ୍ନ ବିଳାସୀ ନଥିଲେ, ପ୍ରତ୍ୟକ୍ଷ ଆନ୍ଦୋଳନରେ ଭାଗନେଇ ତାଙ୍କର ଜ୍ୱାଳାମୁଖୀ ଅଗ୍ନିବାଣୀ ସାହାଯ୍ୟରେ ଜାତୀୟ ସଂଗ୍ରାମର ସୈନିକ ମାନଙ୍କୁ ଉଦ୍ ବୁଦ୍ଧ କରିଥିଲେ। ପରାଧୀନ ଭାରତରେ କବି ବାଞ୍ଛାନିଧି ମହାନ୍ତିଙ୍କ କବିତା ଥିଲା ଦେଶ ଓ ଜାତି ପାଇଁ ସଂଜୀବନୀ ମନ୍ତ୍ର। ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅନ୍ତର୍ଗତ ଇରମ ଗ୍ରାମର ଏକ ସମ୍ଭ୍ରାନ୍ତ ପରିବାରରେ ୧୮୯୭ ଏପ୍ରିଲ ୨୦ରେ ଜନ୍ମିତ ବାଞ୍ଛାନିଧି ମହାତ୍ମା ଗାନ୍ଧୀଙ୍କ ଅସହଯୋଗ ଆନ୍ଦୋଳନ ଡାକରାରେ ଅଭିମନ୍ତ୍ରିତ ହୋଇ ବିପ୍ଳବାତ୍ମକ ସଂଗୀତ ରଚନା କରି ନିଜେ ସ୍ବର ସଂଯୋଜନା କରି ଗାନ କରୁଥିଲେ। ମାତ୍ର ବିଧିର ବିଚିତ୍ର ବିଧାନ ଅନୁଯାୟୀ ମାତ୍ର ୪୧ ବର୍ଷ ବୟସରେ ୧୯୩୮, ଏପ୍ରିଲ ୧୯ ତାରିଖ ଦିନ ଏହି ଗଣ କବିଙ୍କର କର୍ମ ମୁଖର ଜୀବନର ଅବସାନ ଘଟିଥିଲା। ଗୈାରୀ କୁମାର ବ୍ରହ୍ମାଙ୍କ ଭାଷାରେ ଜାତୀୟ ବାଦୀ ଉତ୍କଳ-ସାହିତ୍ୟ ଗଗନରୁ ଏକ ତେଜୀୟାନ ଜ୍ୟୋତିଷ୍କର ଅନ୍ତର୍ଦ୍ଧାନ ଘଟିଲା।

ଏଭଳି ଜଣେ ଯୋଗ ଜନ୍ମାଙ୍କ ୧୨୮ତମ ଜୟନ୍ତୀ ରାଉରକେଲାର ବାସୁଦେବପୁର ଜନକଲ୍ୟାଣ ପରିଷଦ ଆନୁକୁଲ୍ୟରେ ଛେଣ୍ଡ୍ କଲୋନୀ ସ୍ଥିତ ଗୋପବନ୍ଧୁ ପାଠାଗାରର ସଭାଗୃହରେ ପାଳିତ ହୋଇଯାଇଛି। ପରିଷଦର ବରିଷ୍ଠ ଉପସଭାପତି ଡା. ରବୀନ୍ଦ୍ର କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ପ୍ରଫେସର ଡଃ ଗିରିଜା ଶଙ୍କର ଗୋସ୍ବାମୀ, ଅନ୍ୟତମ ସମ୍ମାନୀତ ଅତିଥି ଭାବେ ଶିକ୍ଷାବିତ୍ ରାଜକୁମାର ମହାନ୍ତି, ଏବଂ ବଳରାମ ରାଉଳ ଯୋଗଦେଇ ଜାତୀୟ କବିଙ୍କ ଭାରତର ଜାତୀୟତା ଆନ୍ଦୋଳନରେ ଅବଦାନ ଶୀର୍ଷକରେ ଆଲୋଚନା କରିଥିଲେ। ପ୍ରାରମ୍ଭରେ ଅତିଥି ମାନେ ପ୍ରଦୀପ ପ୍ରଜ୍ବଳନ କରି କବିଙ୍କ ତୈଳ ଚିତ୍ରରେ ମାଲ୍ୟାର୍ପଣ ପୂର୍ବକ କାର୍ଯ୍ୟକ୍ରମର ଆରମ୍ଭ କରିଥିବାବେଳେ ରମାକାନ୍ତ ବେହେରା ସ୍ବାଗତ ସଙ୍ଗୀତ ଗାନ କରିଥିଲେ, ସାଂସ୍କୃତିକ ସମ୍ପାଦକ ବିବେକାନନ୍ଦ ପଣ୍ଡା ତାଙ୍କୁ ବାଦ୍ୟଯନ୍ତ୍ରରେ ସହଯୋଗ କରିଥିଲେ।ସହ କୋଷାଧ୍ୟକ୍ଷ ଉଦୟ କୁମାର ସାହୁ  ଅତିଥି ପରିଚୟ ପ୍ରଦାନ କରିଥିଲେ। କବି ବଳରାମ ରାଉଳ, ଅଜୟ କୁମାର ମହାନ୍ତି , ମୀନକେତନ ପଶାୟତ ଏବଂ ସ୍ନେହଲତା ପଟ୍ଟନାୟକ ବାଞ୍ଛାନିଧି ମହାନ୍ତିଙ୍କ ରଚିତ ଜାତୀୟ ବାଦୀ କବିତା ପାଠ କରିଥିଲେ। ସାଧାରଣ ସମ୍ପାଦକ ଲକ୍ଷ୍ମଣ ନାଥ ଦାସ ସ୍ବାଗତ ଅଭିଭାଷଣ ସହ ପରିଷଦର କାର୍ଯ୍ୟାବଳୀ ସମ୍ପର୍କରେ ସୂଚନା ଦେଇଥିବା ବେଳେ ଯୁଗ୍ମ ସମ୍ପାଦକ ଶରତ କୁମାର ଦାସ ମଞ୍ଚ ପରିଚାଳନା କରିଥିଲେ ଏବଂ କୋଷାଧ୍ୟକ୍ଷ ବିଶ୍ବନାଥ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ସମସ୍ତ କାର୍ଯ୍ୟକ୍ରମରେ ସନାତନ ପତି, କୃପାସିନ୍ଧୁ ବେହେରା, ସତ୍ୟଜିତ ସାହୁ,  ଅଞ୍ଜୁ ବାରିକ, ଜ୍ୟୋତିର୍ମୟୀ ପତି, ମଧୁମିତା କର, ସାବିତ୍ରୀ ଦାସ, ଉପେନ୍ଦ୍ର ପ୍ରସାଦ ଦାଶ ପ୍ରମୁଖ ସହାୟତା କରିଥିବାବେଳେ ସୁବାସ ଚନ୍ଦ୍ର ମହାପାତ୍ର, ଡାକ୍ତର ଗୋକୁଳାନନ୍ଦ ସାହୁ, ସବିତା ସାହୁ, ରାମଚନ୍ଦ୍ର ବେହେରା, ସୁପ୍ରୀୟାଐ ଆଖି ମହାନ୍ତି, ଦେବରାଜ ଗୌଡ଼, ଜି.କେ. ରାୟ, ପ୍ରଭାତି ଗୋସ୍ବାମୀ, ଡ. ଶକ୍ତି ପ୍ରସାଦ ସାମନ୍ତରାୟ, ଶଙ୍କର ପ୍ରସାଦ ତ୍ରିପାଠୀ, ହରିହର ନାୟକ, ଉମେଶ ଚନ୍ଦ୍ର ଜେନା, ବୈକୁଣ୍ଠ ରାଉତ, , କିଶୋରୀ ମୋହନ କର, ମଧୁସୂଦନ ବଳ, ହରିହର ଶତପଥୀ, ଅଚ୍ୟୁତାନନ୍ଦ ଦାସ, ବିଶ୍ବନାଥ ଜେନା, ଗଦାଧର ରଥ, ରାଜୀବ ପାଣି,ମଧୁସୂଦନ ବଳ, ବ।ରହ୍ମାନନ୍ଦ ପାଢ଼ୀ, କୈଳାଶ ଚନ୍ଦ୍ର ସାମଲ, ରବୀନ୍ଦ୍ର ନାଥ ସାହୁ, ବ୍ରହ୍ମାନନ୍ଦ ପାଢ଼ୀ, ରମାକାନ୍ତ ଷଡ଼ଙ୍ଗୀ,  ମିନତି ଦାଶ,ବିପିନ ବିହାରୀ ପଟ୍ଟନାୟକ ସୀତାରାମ ସାହୁ, ଅଶୋକ ଶୁକ୍ଳ, ଅନୁଷ୍ଠାନର ସଦସ୍ୟ ସଦସ୍ୟା ତଥା ରାଉରକେଲାର ବହୁ ସାଂସ୍କୃତିକ ଅନୁଷ୍ଠାନର କର୍ମକର୍ତ୍ତା ଓ ବୁଦ୍ଧିଜୀବୀ ମାନେ ଶତାଧିକ ସଂଖ୍ୟାରେ  ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *