କଟକ ସଦର,୦୯/୦୯/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା):କିଶନନଗର ତହସିଲ ଅନ୍ତର୍ଗତ ମାଣପୁର ପଞ୍ଚାୟତ ଫୁଲରା ମାଣପୁର ଠାରେ ସୁକ ପାଇକାରେ ଚଳନ୍ତି ପାଣିରେ ବେଆଇନ ଚିଙ୍ଗୁଡି ଘେରି ହୋଇଥିବା ଅଭିଯୋଗ ହୋଇ ଆସୁଥିଲା।
ଏ ସମ୍ପର୍କରେ ଗତ ସୋମବାର ଦିନ ‘ସୁକ ପାଇକାରେ ବେଆଇନ୍ ଚିଙ୍ଗୁଡ଼ି ଘେରି କାହା ସ୍ୱାର୍ଥରେ’ ବୋଲି ‘ ଓଡ଼ିଶା ସମାଚାର’ ରେ ଖଵର ପ୍ରସାରଣ ପରେ ରାଜସ୍ବ ବିଭାଗ ଓ ନିଷ୍କାସନ ବିଭାଗ ର ଅଧିକାରୀ ମାନେ ଯାଇଁ ଚିଙ୍ଗୁଡ଼ି ଘେରି ଉଚ୍ଛେଦ କରିଥିବା ଜଣାପଡିଛି। ଏଥିପାଇଁ ସାଧାରଣରେ ଖୁସି ପ୍ରକାଶ ପାଇଛି।
