ଜୁନାଗଡ଼ ,୦୧/୦୪/୨୦୨୪ (ଓଡ଼ିଶା ସମାଚାର /ରାକେଶ ବେମାଲ )- କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହର ରେ ଦିନକୁ ଦିନ ଟ୍ରାଫିକ ସମସ୍ୟା ଗୁରୁତର ହେବା ରେ ଲାଗିଛି । ମଦ୍ୟପ ଗାଡି ଚାଳକ ଓ ଦ୍ରୁତ ବେଗ ରେ ଚଳାଉ ଥିବା ବାଇକ ଚାଳକ ଙ୍କ ସଂଖ୍ୟା ଧୀରେ ଧୀରେ ବଢ଼ି ଚାଲିଛି । ଏଣୁ ଏହି ସବୁ ସମସ୍ୟା ର ସମାଧାନ ପାଇଁ ଆଜି ସିଟିଜେନ ଫୋରମ ଜୁନାଗଡ଼ ତରଫରୁ ଏକ ଦା ଦାବି ପତ୍ର ଜୁନାଗଡ଼ ଥାନାଅଧିକାରୀ ଶ୍ରୀ ଉଲ୍ଲାସ ରାଉତ ଙ୍କ ଜରିଆରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କୁ ପ୍ରଦାନ କରାଯାଇଛି । ଉକ୍ତ ଦାବି ଗୁଡିକ ମଧ୍ୟରେ ଜୁନାଗଡ଼ ନୂଆ ବସଷ୍ଟାଣ୍ଡ, କଳମପୁର ଛକ, ପୁରୁଣା ବସଷ୍ଟାଣ୍ଡ, ଓରିଆନ ଛକ ରେ ସକାଳ ୧୦ ଘଣ୍ଟା ରୁ ୨ ଘଣ୍ଟା ଓ ସନ୍ଧ୍ୟା ୫ ଘଣ୍ଟା ରୁ ୯ ଘଣ୍ଟା ପର୍ୟ୍ୟନ୍ତ ଏକ ପୋଲିସ ଅଫିସର ଦ୍ୱାରା ଟ୍ରାଫିକ ନିୟନ୍ତ୍ରଣ ଏବଂ ପ୍ରତ୍ୟେକ ରବିବାର ଦିନ ଓରିଆନ ହୋଟେଲ ଛକ ଠାରୁ ତହସିଲ ଛକ ପର୍ୟ୍ୟନ୍ତ ଭାରି ଯାନ ଯାତାୟତ କୁ ସକାଳ ୧୦ ଘଣ୍ଟା ରୁ ୨ ଘଣ୍ଟା ପର୍ୟ୍ୟନ୍ତ ବନ୍ଦ କରାଯିବା ଓ ମଦ୍ୟପାନ କରି ଦ୍ରୁତ ଗତି ରେ ଟାଉନ ମଝିରେ ବାଇକ ଚାଳନା କରୁଥିବା ବ୍ୟକ୍ତି ଙ୍କୁ ଧରପଗଡ଼ କରିବା ସହ କୋର୍ଟ ଚାଲାଣ କରିବା ପ୍ରଭୁତି ଦାବି ଅନ୍ତର୍ଭୁକ୍ତ । ଏହି ଦାବିପତ୍ର ସିଟିଜେନ ଫୋରମ ତରଫରୁ ପ୍ରଦାନ ସମୟରେ ସିଟିଜେନ ଫୋରମ ସଭାପତି ଅଶୋକ ପାତ୍ର, ଉପ ସଭାପତି ସନ୍ତୋଷ କୁମାର ସିଂହ ଦେଓ, ସମ୍ପାଦକ ବିଜୟ ବେହେରା, କୋଷାଧ୍ୟକ୍ଷ କୁଵଲେଶ୍ଵର ପାଣିଗ୍ରାହୀ, କାର୍ୟ୍ୟକାରିଣୀ ସଦସ୍ୟଈଶ୍ୱର ପୁଝାରୀ, ଯୁଗଳ କିଶୋର ନାୟକ, ଭୁବନେଶ୍ୱର ସାହୁ, ନବକିଶୋର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ସୂଚନା ଯୋଗ୍ୟ ଯେ ପୂର୍ବରୁ ଏହି ସମସ୍ୟା ନେଇ ଅନେକ ଥର ସିଟିଜେନ ଫୋରମ ତରଫରୁ ଦାବି ପତ୍ର ଦିଆଯାଇଥିଲେ ମଧ୍ୟ କୌଣସି କାର୍ୟ୍ୟନୁଷ୍ଠାନ ଗ୍ରହଣ କରାଯାଇନାହିଁ ଏଣୁ ଆଗାମୀ ଦିନ ରେ ଏହି ଟ୍ରାଫିକ ସମସ୍ୟା ର ସମାଧାନ ଯଦି ନ ହୁଏ ତାହେଲେଏକ ଜୋରଦାର ଜନ ଆନ୍ଦୋଳନ ହେବ ବୋଲି ସଭାପତି ଶ୍ରୀ ପାତ୍ର ପ୍ରକାଶ କରିଛନ୍ତି ।