ଗୋପାଷ୍ଟମୀରେ ଗୋପୂଜନ କଲେ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ
ଭୁବନେଶ୍ୱର, ୦୯/୧୧/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଭାରତୀୟ ସଂସ୍କୃତି ଓ ପରମ୍ପରାରେ ଗୋମାତାଙ୍କ ଅବଦାନ ଅତୁଳନୀୟ । ଆମ ସନାତନ ସଂସ୍କୃତି ଓ ପରମ୍ପରା ଅନୁଯାୟୀ ଗୋସେବା କଲେ କୋଟି ଦେବଦେବୀଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । ଦେଶରେ ଗୋହତ୍ୟାକୁ ସଂପୂର୍ଣ୍ଣ ବନ୍ଦ କରିବା ପାଇଁ ସବୁ ମହଲରେ କାର୍ଯ୍ୟ ହେବା ଆବଶ୍ୟକ ବୋଲି ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ପ୍ରକାଶ କରିଛନ୍ତି ।
ଆଜି ପବିତ୍ର କାର୍ତ୍ତିକର ଗୋପାଷ୍ଟମୀ ତିଥିରେ ମନ୍ତ୍ରୀ ଶ୍ରୀ ମଲ୍ଲିକ ନିଜ ସରକାରୀ ବାସଭବନରେ ଦୁଇ ଗୋମାତାଙ୍କ ଭବ୍ୟ ପୂଜାର୍ଚ୍ଚନା କରିଛନ୍ତି । ଆନ୍ଧ୍ରପ୍ରଦେଶର ପୁଙ୍ଗାନୁରରୁ ଆସିଥିବା ଦୁଇ ଗୋମାତାଙ୍କ ନାମକରଣ କରାଯାଇଛି- ସୁରଭି ଓ କ୍ରୀଷ୍ଣା । ସେମାନଙ୍କ ପୂଜନ ଓ ସେବା କରିବା ସହିତ ଗୃହପ୍ରବେଶକୁ ସ୍ୱାଗତ କରି ମନ୍ତ୍ରୀ ଶ୍ରୀ ମଲ୍ଲିକ ଏହାକୁ ଏକ ସ୍ୱଭାଗ୍ୟ ଭାବରେ ଅଭିହିତ କରିଛନ୍ତି ।
ମନ୍ତ୍ରୀ ଶ୍ରୀ ମଲ୍ଲିକ ବାଲେଶ୍ୱର ଜିଲ୍ଲା ସୋରସ୍ଥିତ ଗୋଶାଳାର ଶତବାର୍ଷିକ ମହୋତ୍ସବରେ ଯୋଗଦେଇଥିଲେ । ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଗହଣରେ ମନ୍ତ୍ରୀ ଶ୍ରୀ ମଲ୍ଲିକ ଗୋଶାଳାର ସ୍ମରଣିକା ‘ନନ୍ଦିନୀ’ ଉନ୍ମୋଚନ କରିବା ସହିତ ଗୋସେବା ପ୍ରତି ସମର୍ପିତ ସେ୍ୱଚ୍ଛାସେବୀ ଓ ଗୋପାଳକମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସମ୍ବର୍ଦ୍ଧିତ ବ୍ୟକ୍ତିମାନଙ୍କ ସେବାପରାୟଣତା ଓ ଗୋପୂଜନ ଅନ୍ୟମାନଙ୍କୁ ପ୍ରେରଣା ଦେବ ବୋଲି ମନ୍ତ୍ରୀ କହିଥିଲେ ।
-0-
ସୂର୍ଯ୍ୟ ମିଶ୍ର,ଲୋକସଂପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ