ଚମ୍ପୁଆ ବିଧାନସଭା ଆସନରେ ସନାତନ ମହାକୁଡ଼ଙ୍କ ନାଁ ଘୋଷଣା ପରେ ବଡ଼ବିଲ ଅଞ୍ଚଳରେ ଉତ୍ସବର ମାହୋଲ୍ ।

ବଡ଼ବିଲ,୨୦/୦୪/୨୦୨୪(ଓଡ଼ିଶା ସମାଚାର)- ସମସ୍ତଙ୍କୁ ପଛରେ ପକାଇ ବାଜି ମାରିନେଇଛନ୍ତି ସନାତନ । ବିଜେଡି ଟିକେଟ ହାତେଇବାରେ ସଫଳ ହୋଇଛନ୍ତି ପୂର୍ବତନ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ । ସିଟିଂ ଏମଏଲଏ ମିନାକ୍ଷୀ ମହନ୍ତଙ୍କ ଟିକେଟ କାଟି ଆଗାମୀ ବିଧାନସଭା ନିର୍ବାଚନ ପାଇଁ ବିଜେଡି ତାଙ୍କୁ ଚମ୍ପୁଆ ବିଧାନସଭା ଆସନରୁ ପ୍ରାର୍ଥୀ ଘୋଷଣା କରିଛି । ଏ ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କ ନାଁ ଘୋଷଣା କରିଵା ପରେ ଚମ୍ପୁଆ ନିର୍ବାଚନ ମଣ୍ଡଳୀରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ବଡ଼ବିଲ ର କାର୍ୟ୍ୟାଳୟ ରେ କର୍ମୀଙ୍କ ସହ ବିଜେଡି କର୍ମୀ ଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା ।  ବୋଲାନି ଅଞ୍ଚଳରେ ସନାତନଙ୍କ ସମର୍ଥକ ଉତ୍ସାହିତ ହୋଇ ସେଲିବ୍ରେସନ୍ କରିଛନ୍ତି ।  ବିଭିନ୍ନ  ସ୍ଥାନରେ ବାଣ ଫୁଟାଇବା ସହ ପରସ୍ପରକୁ ମିଠା ଖୁଆଇ ନାରାବାଜି କରିଛନ୍ତି ।  ଆଗାମୀ ନିର୍ବାଚନରେ ରେକର୍ଡ ସଂଖ୍ୟକ ଭୋଟରେ ବିଜେଡି ବାଜି ମାତ୍ କରିବ ବୋଲି ସନାଙ୍କ ସମର୍ଥକ ଦୃଢୋକ୍ତି ପ୍ରକାଶ କରିଛନ୍ତି । ସେହିପରି  ନବୀନଙ୍କ ବିକାଶ ଧାରାକୁ ସନାତନ ଆହୁରି ଆଗେଇ ନେବେ ବୋଲି ସେମାନେ କହିଛନ୍ତି ।

Leave a Reply

Your email address will not be published. Required fields are marked *