କଂଗ୍ରେସ ର  ଆଉ  ୩ ଲୋକସଭା ଓ ୧୬ ବିଧାନସଭା ପ୍ରାର୍ଥୀ ତାଲିକା ଜାରି

ଭୁବନେଶ୍ୱର, ୨୦/୦୪/୨୦୨୪ (ଓଡ଼ିଶା ସମାଚାର)-  ଭାରତୀୟ ଜାତୀୟ କଂଗ୍ରେସ ଶନିବାର ଆଉ ଏକ ପ୍ରାର୍ଥୀ ତାଲିକା ଜାରି କରିଛି। ଓଡ଼ିଶାର ୩ ଲୋକସଭା ଓ ୧୬ ବିଧାନସଭା ଆସନ ଦଳ ପ୍ରାର୍ଥୀ ତାଲିକା ଜାରି କରିଛି। ଅଖିଳ ଭାରତୀୟ ଜାତୀୟ କଂଗ୍ରେସ (ଏଆଇସିସି) ସାଧାରଣ ସଂପାଦକ କେ.ସି ବେଣୁଗୋପାଳ ଏକ ପ୍ରେସ୍‌ ବିଜ୍ଞପ୍ତିରେ କହିଛନ୍ତି ସମ୍ବଲପୁର ଲୋକସଭା ଆସନରୁ ଦୁଲାଲ ଚନ୍ଦ୍ର ପ୍ରଧାନ, କେନ୍ଦୁଝରରୁ ମୋହନ ହେମ୍ବ୍ରମଙ୍କ ସ୍ଥାନରେ ବିନୋଦ ନାୟକ ଓ ଆସିକାରେ ଦେବକାନ୍ତ ଶର୍ମାଙ୍କୁ ପ୍ରାର୍ଥୀ କରାଯାଇଛି।

କଂଗ୍ରେସ ତା’ର ଆଉ ୧୬ଟି ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଝାରସୁଗୁଡ଼ାରୁ ଅମିତା ବିଶ୍ୱାଳଙ୍କୁ ପ୍ରାର୍ଥୀ କରିଥିବା ବେଳେ ବଡ଼ସାହିରୁ କ୍ଷୀରୋଦ ଚନ୍ଦ୍ର ପାତ୍ର, ସୁକିନ୍ଦାରୁ ବିଭୂଭୂଷଣ ରାଉତ, କଣ୍ଟାମାଳରୁ ଶରତ କୁମାର ପ୍ରଧାନ, କେନ୍ଦ୍ରାପଡ଼ାରୁ ସିପ୍ରା ମଲ୍ଲିକ, ରାଜନଗରରୁ ଅଶୋକ ପ୍ରତିହାରୀ, ମହାକାଳପଡ଼ାରୁ ଲୋକନାଥ ମହାରଥୀ, ନିମାପଡ଼ାରୁ ସିଦ୍ଧାର୍ଥ ରାଉତରାୟ, ପିପିଲି ଜ୍ଞାନରଞ୍ଜନ ପଟ୍ଟନାୟକ, ଜୟଦେବରୁ କୃଷ୍ଣ ସଗରିଆ, ଖୋର୍ଦ୍ଧାରୁ ସୋନାଲି ସାହୁ, ଚିଲିକାରୁ ପ୍ରଦୀପ କୁମାର ସାହୁ, ଖଣ୍ଡପଡ଼ାରୁ ମନୋଜ କୁମାର ପ୍ରଧାନ, ଦଶପଲ୍ଲାରୁ ନକୁଳ ନାୟକ, କବିସୂର୍ଯ୍ୟନଗରରୁ ସଞ୍ଜୟ କୁମାର ମଣ୍ଡଳ ଏବଂ ଗୋପାଳପୁରରୁ ଶ୍ୟାମ ସୁନ୍ଦର ସାହୁଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି।

Leave a Reply

Your email address will not be published. Required fields are marked *