ଲକ୍ଷ୍ମୀପୁର ୧୩/୦୯/୨୫(ଓଡିଶା ସମାଚାର/ପ୍ରମୋଦ କୁମାର ଜେନା) ଲକ୍ଷ୍ମୀପୁର ସ୍ଥିତ ସାଙ୍ଗାନା ଉଚ୍ଚ ବିଦ୍ୟାଳୟ ତରଫରୁ ଆଜି ଆସ ସ୍କୁଲ ଯିବା ସଚେତନତା ପଦଯାତ୍ରାର ଆୟୋଜନ କରାଯାଇଥିଲା।ଏହି ପଦଯାତ୍ରାରେ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ର ଛାତ୍ରୀଙ୍କ ସମେତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ସାମିଲ ଥିଲେ।ପଦଯାତ୍ରା ସାଙ୍ଗାନ୍ନା ହାଇସ୍କୁଲ ଠାରୁ ବାହାରି ସହର ପରିକ୍ରମା କରିଥିଲା। ଏନେଇ ବିଜ୍ଞାନ ଶିକ୍ଷକ ଗୋଲକ ଚନ୍ଦ୍ର ଲେଙ୍କା
ସ୍ଥାନୀୟ ବଜାର ଠାରେ ଏକ ପଥ ପ୍ରାନ୍ତ ସଭା ମାଧ୍ୟମରେ ଅଧାରୁ ପାଠ ପଢା ଛାଡିଥିବା ବା ଆଦୌ ପାଠ ପଢି ନ ଥିବା ଛାତ୍ର ଛାତ୍ରୀଙ୍କୁ ସ୍କୁଲ ଅଭିମୁଖି କରାଇବାକୁ ଜନ ସାଧାରଣଙ୍କୁ ଅନୁରୋଧ କରିଥିଲେ।ଓଡ଼ିଶା ସରକାରଙ୍କ ଆଭିମୂଖ୍ୟକୁ ସଫଳ କରିବା ସହ ସମସ୍ତ ଙ୍କୁ ପାଠ ପଢିବା ସହ ସ୍ବାବଲମ୍ବୀ ହେବାକୁ ପ୍ରବର୍ତ୍ତାଇ ଥିଲେ। ଏଥି ପାଇଁ
ସରକାରଙ୍କ ଦ୍ଵାରା ପର୍ଯ୍ୟାପ୍ତ ସୁଯୋଗ ପ୍ରଦାନ କରା ଯାଇଛି ଯଥା ୧୪ ରୁ ଅଠର ବର୍ଷ ବୟସ ଛାତ୍ର ଛାତ୍ରୀ ମାଟ୍ରିକ ପରୀକ୍ଷା ଦେବା ପାଇଁ ଚତୁର୍ଥ ଶ୍ରେଣୀ ଉତ୍ତୀର୍ଣ୍ଣ ଯୋଗ୍ୟତା ସହ ରାଜ୍ୟ ମୁକ୍ତ ବିଦ୍ୟାଳୟରେ ନିଶୁଳ୍କ ନାମ ଲେଖା,ଆଇ ଟି ଆଇ ରେ ପ୍ରବେଶ କୁ ପ୍ରାଧାନ୍ୟ, ଧନ୍ଦା ମୁଳକ ଶିକ୍ଷା ଗ୍ରହଣ ପୂର୍ବକ କୁଶଳୀ ହେବା ଉପରେ ଆଲୋକପାତ କରିଥିଲେ।
ସେହିପରି ଶିକ୍ଷୟତ୍ରୀ ରାଜେଶ୍ୱରୀ ଲବଲା ଛାତ୍ର ଛାତ୍ରୀ ଙ୍କ ଡ୍ରପ୍ ଆଉଟ୍ ସଂଖ୍ୟା ରୋକିବା,ପ୍ରତିଦିନ ବିଦ୍ୟାଳୟକୁ ଛାତ୍ର ଛାତ୍ରୀ ଙ୍କୁ ଛାଡ଼ିବା ପାଇଁ ଅନୁରୋଧ କରିଥିଲେ।ଏହି ପଦ ଯାତ୍ରା ଲକ୍ଷ୍ମୀପୁର ସହର ପରିକ୍ରମା କରିବା ସହ ଛାତ୍ର ଛାତ୍ରୀ ମାନେ ଆସ ସ୍କୁଲ ଯିବା,ପାଠ ପଢିବା ଉପରେ ବିଭିନ୍ନ ସ୍ଲୋଗାନ ଦେଇଥିଲେ। ଉକ୍ତ ପଦ ଯାତ୍ରା ରେ ଶିକ୍ଷକ ଆଶୀର୍ବାଦ ନାୟକ,ସୁରଜ ନାୟକ,ଅଶେଷ କାର୍ଜି,ଶଙ୍କର ଗୁଡୁମ୍ବକା, ସୁକାନ୍ତ କୁମାର ଯାଦବ,ସୁଜିତ କୁମାର ସାମଲ,ଶିକ୍ଷୟତ୍ରୀ ରୋଜାଲିନ ସ୍ୱାଇଁ, ମମତା ମହାନ୍ତି,ପ୍ରିୟଙ୍କା ବିଷୋୟୀ, ଯେଷ୍ଣା ପଣ୍ଡା,ମାଧୁରୀ ଲେଙ୍କା, ସୁନୀତା ସାହୁକାର,କସ୍ତୁରୀ ଶବର ପ୍ରମୁଖ ଯୋଗ ଦେଇ ଥିଲେ।
