ଗୋଲାମୁଣ୍ଡା ବ୍ଲକ କମଳା ବାରି ଠାରେ କଂଗ୍ରେସ ପକ୍ଷରୁ କର୍ମୀ ସମ୍ମିଳନୀ ଅନୁଷ୍ଠିତ।

ଗୋଲାମୁଣ୍ଡା ୨୦/୦୪/୨୦୨୪ (ଓଡ଼ିଶା ସମାଚାର /ରାକେଶ ବେମାଲ)- କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଳକ ଅନ୍ତର୍ଗତ କମଳା ବାରି ଠାରେ ଆଗାମୀ ୨୦୨୪ ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି ।ଏହି କର୍ମୀ ସମ୍ମିଳନୀ ରେ ଗୋଲାମୁଣ୍ଡା ବ୍ଲକ ର ୨୮ ଟି ପଞ୍ଚାୟତ ରୁ ସମସ୍ତ କାର୍ୟ୍ୟ କର୍ତ୍ତା ଙ୍କ ଉପସ୍ଥିତି ରେ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।ଏହି କର୍ମୀ ସମ୍ମିଳନୀ ରେ ଶ୍ରୀ ତୁଳେଶ୍ଵର ନାଏକ ତାଙ୍କ ମନ୍ତବ୍ୟ ରଖôଥିଲେ । କଂଗ୍ରେସ ର ବିଧାୟକ ହେଲେ ଜୁନାଗଡ଼ ନିର୍ବାଚନ ମଣ୍ଡଳୀରେ ଚାଷୀ ଙ୍କ ପାଇଁ ଧାନ କୁଇଣ୍ଟାଳ ୩୧୦୦ହେବା ସଙ୍ଗେ ବିଜୁଳି ବିଲ ମଧ୍ୟ କମ୍ ହେବ ବୋଲି ମନ୍ତବ୍ୟ ଦେଇଥିଲେ ଏବଂ ତାଙ୍କର କର୍ମୀମାନେ କେମିତି ଜୁନାଗଡ଼ ନିର୍ବାଚନ ମଣ୍ଡଳୀ ରେ ବିପୁଳ ସଂଖ୍ୟାରେ ଭୋଟ ଆଣିବେ ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ। ସମସ୍ତ ଗରୀଷ୍ଟ ବରିଷ୍ଟ କର୍ମ କର୍ତ୍ତା ମାନେ ଗୋଲାମୁଣ୍ଡା କଂଗ୍ରେସ ବ୍ଲକ ସଭାପତି ଶ୍ରୀ ନୈକେସ୍ୱର ପଟେଲ,ଲକ୍ଷ୍ମଣ ସାହୁ,ଭକ୍ତ ରାମ ମାଝି,ସମ୍ବାରୁ ମୁନି, ଭକ୍ତ ଚରଣ ନାଏକ, ତଥା ସମସ୍ତ କଂଗ୍ରେସ ଦଳିୟ କାର୍ୟ୍ୟକର୍ତ୍ତା ମିଶି ସଭାସାଙ୍ଗ କରି ଥିଲେ।

Leave a Reply

Your email address will not be published. Required fields are marked *