କେନ୍ଦ୍ରାପଡା, ୧୧/୮/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ସହରର ବଡହାଟ ସ୍ଥିତ ପୂଜାରିଣୀ ଶାଢୀ ଦୋକାନ ସମ୍ମୁଖରେ ଥିବା ଏକ ବୁଲେଟ ହଠାତ ଜଳି ଉଠିଥିବା ଦେଖାଯାଇଥିଲା । ସ୍ଥାନୀୟ ଦୋକାନୀମାନେ ପାଣି ପକାଇ ସେହି ନିଆଁକୁ ଲିଭାଇବାକୁ ଚେଷ୍ଟା କରିଥିଲେବି ତାହା ସମ୍ଭବ ହୋଇନଥିଲା । ପରେ ସ୍ଥାନୀୟ ଏକ ଦୋକାନରେ ଥିବା ଅଗ୍ନି ନିର୍ବାପକ ଯନ୍ତ୍ର ଆଣି ତା ସାହାଯ୍ୟରେ ନିଆଁକୁ ଆୟତ କରାଯାଇଥିଲା । ସୂଚନା ଅନୁଯାୟି ଜନୈକ ଗ୍ରାହକ କପଡା କିଣିବାକୁ ଆସି ବୁଲେଟ୍ ଟି ଦୋକାନ ସମ୍ମୁଖ ରାସ୍ତା କଡରେ ରଖି ଦୋକାନ ମଧ୍ୟକୁ ଯାଇଥିଲେ । ଠିକ ଏହି ସମୟରେ ହଠାତ ବୁଲେଟ୍ ଟି ଜଳି ଉଠିଥିଲା । ବହୁ ଦୂର ବାଟ ଚାଲିବା ପରେ ଗାଡିର ଇଞ୍ଜିନଟି ଗରମ ହୋଇଯିବାରୁ ହୁଏତ ବୁଲେଟ୍ ଇଞ୍ଜିନ୍ ରେ ନିଆଁ ଲାଗି ଜଳି ଉଠିଥିଲା । ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା ହେଲେ ଅଗ୍ନିିଶମ ବିଭାଗ ଗାଡି ପହଂଚିବା ବେଳକୁ ସ୍ଥାନୀୟ ଦୋକାନୀମାନଙ୍କ ଉଦ୍ୟମରେ ନିଆଁକୁ ଆୟତ କରାଯାଇଥିଲା । ବୁଲେଟରେ ନିଆଁ ଲାଗିବା ଦ୍ୱାରା କାହାର କିଛି କ୍ଷତିହୋଇ ନଥିବା ସୂଚନା ମିଳିଛି ।
ଆକସ୍ମିକ ଅଗ୍ନିକାଣ୍ଡରେ ଜଳିଗଲା ବୁଲେଟ
