ଭୁବନ ୧୮/୧୧/୨୦୨୪ (ଓଡ଼ିଶା ସମାଚାର)-ଭୁବନ ବ୍ଲକ ରେ ଜିଲ୍ଲାପାଳ ଙ୍କ ମିଳିତ ଜନ ଶୁଣାଣି ରେ ସମୁଦାୟ ୯୭ ଟି ଅଭିଯୋଗ ଉପରେ ଶୁଣାଣି ହୋଇଥିଲା । ଅଧିକାଂଶ ବ୍ୟକ୍ତିଗତ ଅଭିଯୋଗ ଥିଲା । ସାମୁହିକ ଅଭିଯୋଗ ମଧ୍ୟରୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପୁରୁଷୋତ୍ତମପୁର ରେ କମ୍ପ୍ୟୁଟର ଓ ଗଣିତ ଶିକ୍ଷକ ନଥିବାରୁ ଏହି ବିଷୟ ଦୁଇଟି ସେମିଷ୍ଟାର ଓ ଅର୍ଦ୍ଧ ବାର୍ଷିକ ପରୀକ୍ଷା ହୋଇନଥିବା ନଥିବା ସମ୍ପର୍କରେ ଅଭିଯୋଗ ହୋଇଥିଲା । ଯଥାଶୀଘ୍ର ଶିକ୍ଷକ ନିଯୁକ୍ତି ପାଇଁ ଅଭିଭାବକ ମାନେ ଦାବି କରିଥିଲେ । ଭୁବନ ଏନ୍ ଏ ସି ଅନ୍ତର୍ଗତ ୧ ନମ୍ବର ୱାର୍ଡ ରେ ଜନବସତି ଉପରୁ ୧୧ କେଭି ବିଦ୍ୟୁତ୍ ତାର ସ୍ଥାନାନ୍ତର କରିବା ଓ ଟୋଲଙ୍କବେରେଣି ଅଞ୍ଚଳରେ ସର୍ବସାଧାରଣ ରାସ୍ତା ଜବରଦଖଲ ମୁକ୍ତ କରାଯିବାକୁ ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଙ୍କ ସମେତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଭିନବ ଶୋନକର ,ଭୁବନ ବିଡ଼ିଓ ଆୟୁସି ମହାପାତ୍ର,ତହସିଲଦାର ସିରିଆଲ ଶୁଭ୍ର ପଟେଲ ,ଏନ୍ ଏ ସି ନିର୍ବାହୀ ରାଜୀବ ଲୋଚନ ବେହେରା ଓ ଜିଲ୍ଲା ସ୍ତରୀୟ ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ।