ଧର୍ମଗଡ ୨୦/୦୪/୨୦୨୪ (ଓଡ଼ିଶା ସମାଚାର /ରାକେଶ ବେମାଲ )- କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅଧୀନରେ ଥିବା ମାନଝରି ଗ୍ରାମର ଟୁନି କାଣ୍ଡ(୧୬) ଏବଂ ସିଦ୍ଧାନ୍ତ କାଣ୍ଡ(୧୩) ନାବାଳକ ଦ୍ବୟ ବାପା ଉଦ୍ଧବ କାଣ୍ଡ ଙ୍କୁ ହରାଇ ଅସହାୟରେ କାଳାତିପାତ କରୁଛନ୍ତି। ନା ଅଛି ଆର୍ଥିକ ସମ୍ବଳ,ନା ଅଛି ପରିଶ୍ରମ କରି ପ୍ରତିପୋଷଣ କରିବାର ଶକ୍ତି।
ସୂଚନା ମୁତାବକ ଉଦ୍ଧବ କାଣ୍ଡ (୪୬)ଗତ ଡିସେମ୍ବର ମାସରେ ତେଲେଙ୍ଗାନା ରାଜ୍ୟର ଭେଲିପାଲି ଅଞ୍ଚଳର ଏକ ଇଟାଭାଟିରେ କ।ମକରିବାକୁ ଯାଇଥିଲେ। କିନ୍ତୁ ଗତ ମାସ ୩୧/୩/୦୨୪ ରବିବାର ଦିନ ତାଙ୍କ ମର ଶରୀର ଆମ୍ବୁଲାନ୍ସ ଯୋଗେ ଗାଁ କୁ ପହଞ୍ଚିଥିଲା। ଟୁନି କାଣ୍ଡ ନିରକ୍ଷର ଥିବାବେଳେ ସିଦ୍ଧାନ୍ତ ୮ମ ଶ୍ରେଣୀରେ ପାଠ ପଢୁଛନ୍ତି ।ମା ମୁକ୍ତା ଦେଇ ଗତ ୫ ବର୍ଷ ତଳେ ମୃତ୍ୟୁ ବରଣ କରିଥିଲେ। ଦୁଇ ପୁଅ ଝିଅ ର ପ୍ରତିପୋଷଣ କରିବାକୁ ଯାଇ ଶେଷରେ ଫେରିଲା ବାପାଙ୍କ ଶବ। ଏପରି କ୍ଷେତ୍ରରେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି ଦୁଇ ଭାଇ ଭଉଣୀ । ୮୦ ବର୍ଷୀୟ ଜେଜେ ବାପା ଖଟରୁ ଉଠି ବାର ଶକ୍ତି ନାହିଁ ।ବର୍ତ୍ତମାନ ସୁଦ୍ଧା କୌଣସି ଆର୍ଥିକ ସାହାଯ୍ୟ ପାଇନଥିବା କହିଛନ୍ତି ଘରଲୋକେ। ଏଣୁ ସ୍ଥିତି ସଙ୍କଟାପନ୍ନ ଅବସ୍ଥାରେ। ସାହାଯ୍ୟ ପାଇଁ ଅନାଇ ବସିଛନ୍ତି କୁନି ଭାଇ ଭଉଣୀ। ଦେଖାଯାଉ ଖବର ପ୍ରସାରଣ ପରେ ପ୍ରଶାସନ କି ପଦକ୍ଷେପ ନେବ ଓ କାହାର ସାହାଯ୍ୟ ର ହାତ ବଢୁଛି ଦେଖିବାକୁ ବାକି ରହିଲା।