ମା ଙ୍କ ବିନା ଐତିହାସିକ ପାରମ୍ପରିକ ଦଶହରା ବଦଳ ଯାତ୍ରା ଶେଷ- ପରମ୍ପରା ଭଙ୍ଗ

ଭୁବନ,୨୩/୧୦/୨୦୨୬(ଓଡ଼ିଶା ସମାଚାର)- ଢେ଼ଙ୍କାନାଳ ଜିଲ୍ଲା ଭୁବନ ରେ ଶହେ ବର୍ଷର ପରମ୍ପରା ଭଙ୍ଗ ହୋଇଛି । ଦୁର୍ଗା ମା ଙ୍କ ବିନା ଐତିହାସିକ ପାରମ୍ପରିକ ତଥା ପ୍ରସିଦ୍ଧ ଦଶହରା ବଳଦ ଯାତ୍ରା ଶେଷ ହୋଇଛି। ମା ଦୁର୍ଗା ଙ୍କୁ ଅଶ୍ରୁଳ ନୟନ ରେ ବିଦାୟ ଦେଇ ପୁଣି ଆସନ୍ତା ବର୍ଷକୁ ଅପେକ୍ଷା କରିଛନ୍ତି ଭୁବନବାସୀ। ବିଜୟା ଦଶମୀ ସନ୍ଧ୍ୟାରେ ଜଗନ୍ନାଥ ମନ୍ଦିର ରୁ ଆରମ୍ଭ ହେଇଥିଲା ଐତିହାସିକ ତଥା ପାରମ୍ପରିକ ବଦଳ ଯାତ୍ରା। ତହସିଲଦାର ଜ୍ୟୋତି ରୂପା ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବଳଦ ଯାତ୍ରା ଶୁଭାରମ୍ଭ କରିଥିଲେ। ସମ୍ମାନିତ ଅତିଥି ଭାବେ ବଳଦ ଯାତ୍ରା ମୁଖ୍ୟ ପରିଚାଳକ ଦିଲ୍ଲୀପ କୁମାର ଦାସ, ନଗରପାଳ ଶୁଭେନ୍ଦୁ କୁମାର ସାହୁ , ଅତିରିକ୍ତ ତହସିଲଦାର ସୌଦାଗର ବେହେରା ଙ୍କ ସହ ଶାନ୍ତି କମିଟି ର ସମସ୍ତ ସଭ୍ୟ ଙ୍କୁ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।

ବଳଦ ଯାତ୍ରା ର ସ୍ରଷ୍ଟା ଥୋରିଆ ସମାଜ ତରଫରୁ ରୀତି ନୀତି ଅନୁଯାୟୀ ବଳଦ ଯାତ୍ରା ଅନୁକୂଳ କରିଥିଲା । ସମୁଦାୟ ୩୧ ଟି ବଳଦ ଓ ଦୁଇଟି ଷଣ୍ଢ ଗୁଜୁରୀ ହାଟ ରୁ ଯାତ୍ରା ଆରମ୍ଭ କରି ସହର ପରିକ୍ରମା କରିଥିଲେ। ଏକାଦଶୀ ସନ୍ଧ୍ୟାରେ ପାଲା ମଣ୍ଡପ ଠାରେ ଚିତାକର୍ଷକ ରାବଣ ପୋଡ଼ି ଓ ଆତସବାଜି ମହୋତ୍ସବ ଅନୁଷ୍ଠିତ ହୋଇଥିଲା। ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ କାମାକ୍ଷାନଗର ବିଧାୟକ ଶତ୍ରୁଘନ ଜେନା, ନଗରପାଳ ଶୁଭେନ୍ଦୁ କୁମାର ସାହୁ,ବଳଦ ଯାତ୍ରା ମୁଖ୍ୟ ଦିଲ୍ଲୀପ ଦାସ ,ବିଜେପି ନେତା ନବକିଶୋର ଗୁରୁ ,ଅରୁଣ ନାୟକ ପ୍ରମୁଖ ଯୋଗ ଦେଇଥିଲେ ।

ରାତ୍ର ୭ଘଟିକା ସମୟରେ ଆରମ୍ଭ ହୋଇଥିଲା ପ୍ରସିଦ୍ଧ ଦଶହରା ବଳଦ ଯାତ୍ରା ର ଅନ୍ତିମ ପର୍ବ ତଥା ମା ଦୁର୍ଗା ଙ୍କ ଭସାଣି ଶୋଭାଯାତ୍ରା। ଏଥିରେ ସମୁଦାୟ ୩୦ ଟି ବଳଦ,୨ ଟି ଷଣ୍ଢ,୧୧ ଟି ଦୁର୍ଗା ମେଢ଼ ଓ ୨ ଟି ହର ପାର୍ବତୀ ମେଢ଼ ସାମିଲ ହୋଇଥିଲେ।ପାରମ୍ପରିକ ବାଦ୍ୟ , ଲୋକ ନୃତ୍ୟ ଓ ଡିଜେ ସାଉଣ୍ଡ ର ତାଳେ ତାଳେ ଯୁବ ଗୋଷ୍ଠୀ ମତୁଆଲା ନୃତ୍ୟ କରିଥିଲେ । ଦୁର୍ଗା ମେଢ଼ ସବୁ କାଳୀ ବଜାର ଠାରେ କ୍ରମାନ୍ୱୟରେ ଭୋର ପର୍ଯ୍ୟନ୍ତ ରହି ବଳଦ ଯାତ୍ରାରେ ସାମିଲ ହୋଇ ନ ପାରି କର୍ମକର୍ତ୍ତା ମନେ ଅସନ୍ତୋଷ ପ୍ରକାଶ କରି ବିସର୍ଜନ କରିଦେଇଥିଲେ । ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ/ ଦର୍ଶକ ଅଶ୍ରୁଳ ମା ଙ୍କ ଦର୍ଶନ କରି ନପାରି ପ୍ରଶାସନ ଓ ଶାନ୍ତି କମିଟି କୁ ଦୋଷାରୋପ କରିଥିଲେ ।

କାମାକ୍ଷା ନଗର ଏସ ଡି ପି ଓ ଙ୍କ ତତ୍ତ୍ଵାବଧାନରେ ୫୦ ରୁ ଉର୍ଦ୍ଧ୍ବ ପୋଲିସ ଅଫିସର,୫ ପ୍ଲାଟୁନ ଫୋର୍ସ ଓ ଶାନ୍ତି କମିଟି ସଦସ୍ୟ ମାନେ ଯାତ୍ରାକୁ ସୁଚାରୁ ରୂପେ ପରିଚାଳନା କରିଥିଲେ। ତେବେ ଶାନ୍ତି କମିଟି ର ନିଷ୍ପତ୍ତି ଅନୁଯାୟୀ ପ୍ରଶାସନ ସକାଳ ୭ ଘଟିକା ସମୟରେ ସାଉଣ୍ଡ ବନ୍ଦ କରି ଦେଇଥିଲା ।

Leave a Reply

Your email address will not be published. Required fields are marked *