ଜଗତସିଂହପୁର, ୨୦/୦୪/୨୦୨୪ (ଓଡ଼ିଶା ସମାଚାର)-ମୋ ଭୋଟ ମୋ ଦାୟିତ୍ଵ ‘।ଜଗତସିଂହପୁର ଜିଲ୍ଲା ରେ ଆସନ୍ତା ଜୁନ ୧ ତାରିଖ ରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ଏହି ନିର୍ବାଚନ ଜିଲ୍ଲା ରେ ଯେପରି ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହେବ,
ସେ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ବିଶେଷ କରି ମତଦାତା ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ନିମନ୍ତେ SVEEP ଅନ୍ତର୍ଗତ ବିଭିନ୍ନ କାର୍ୟ୍ୟକ୍ରମ ବ୍ଲକ୍ ତଥା ପଞ୍ଚାୟତ ସ୍ତରରେ ଚାଲୁରହିଛି। ଏହି ଉପଲକ୍ଷେ ଆଜି ଜିଲ୍ଲାପାଳ ଶ୍ରୀ ଅନୁପମ ସାହା ଜିଲ୍ଲାପାଳ ଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଏକ ଦସ୍ତଖତ ଅଭିଯାନ ର ଶୁଭାରମ୍ଭ କରିଛନ୍ତି।’ ଲେଟ୍ ଅସ ଭୋଟ’ ର ସ୍ଲୋଗାନ ସହିତ ଜିଲ୍ଲାପାଳ ଶ୍ରୀ ସାହା ମତଦାନ ର ମହତ୍ତ୍ୱ ପ୍ରତିପାଦିତ କରିଥିଲେ। ଏହାପରେ ଜିଲ୍ଲାପାଳ ସେଲ୍ଫି ପଏଣ୍ଟ ରେ ଫଟୋ ଉଠାଇ ଜୁନ ୧ ତାରିଖ ରେ ମତଦାନ ନିମନ୍ତେ ବାର୍ତ୍ତା ଦେଇଥିଲେ। ଏହି ଦସ୍ତଖତ ଅଭିଯାନ ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅଭିମନ୍ୟୁ ବେହେରା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ୍ ରାଉତ, ଉପ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ ପ୍ରମୁଖ ନିର୍ବାଚନ ସଚେତନତା ବାର୍ତ୍ତା ସହ ନିଜର ଦସ୍ତଖତ କରିଥିଲେ। ଏହି ଅବସରରେ ଡେପୁଟି କଲେକ୍ଟର, ସହକାରୀ ଜିଲ୍ଲାପାଳ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଜିଲ୍ଲା ପଂଚାୟତ ଅଧିକାରୀ ତଥା ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ଓ କାର୍ୟ୍ୟାଳୟ ର କର୍ମଚାରୀ ମାନେ ଉପସ୍ଥିତ ଥିଲେ। SVEEP ଅନ୍ତର୍ଗତ ଏହି ସଚେତନତା ପ୍ରୟାସ ନିଶ୍ଚିତ ଭାବେ ଜିଲ୍ଲାବାସୀ ଙ୍କୁ ଗଣତନ୍ତ୍ରର ମହାପର୍ବ ରେ ସାମିଲ କରିବ ବୋଲି ଆଶା କରାଯାଉଛି।
ମତଦାତା ଙ୍କ ସଚେତନତା ନିମନ୍ତେ ଜିଲ୍ଲାପାଳ ଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଦସ୍ତଖତ ଅଭିଯାନ ଓ ସେଲ୍ଫି ପଏଣ୍ଟ ଉଦଘାଟିତ
