ଜନାର୍ଦ୍ଦନପୁର ଶନିଶ୍ଚର ପୀଠ ରେ ଅଷ୍ଟପ୍ରହର ନାମଯଜ୍ଞ, ଯୋଗଦେଲେ ୧୦ ରୁ ଉର୍ଦ୍ଧ୍ଵ ସଂକୀର୍ତ୍ତନ ମଣ୍ଡଳୀ

ନିଶ୍ଚିନ୍ତକୋଇଲି ,୧୯/୦୪/୨୦୨୪(ଓଡିଶାସମାଚାର /ଅଭୟ ଜେନା )- କଟକ ଜିଲ୍ଲା  ନିଶ୍ଚିନ୍ତକୋଇଲି ବ୍ଲକ ଜନାର୍ଦ୍ଦନପୁର ଗ୍ରାମ ପଞ୍ଚାୟତ ଜନାର୍ଦ୍ଦନପୁର ଶନିଶ୍ଚର ପୀଠ ରେ ଅଷ୍ଟ ପ୍ରହର ବ୍ୟାପୀ ନାମଯଜ୍ଞ ଓ ନଗରସଂକୀର୍ତ୍ତନ ଗୁରୁବାର ଓ ଶୁକ୍ରବାର ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି  ।  ଏହି ଉତ୍ସବ ପାଇଁ ସାଲେପୁର, ନିଶ୍ଚିନ୍ତ କୋଇଲି ଏବଂ କିଶନନଗର  ରୁ ସଂକୀର୍ତ୍ତନ ମଣ୍ଡଳୀ ଗୁଡିକ ଯୋଗଦେଇଥିଲେ  । ଏହି ଅଷ୍ଟପ୍ରହରୀ ନାମ ଯଜ୍ଞକୁ ସବୁ ବର୍ଗର ଲୋକମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା ।  ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏକତ୍ରିତ ହୋଇଥିଲେ । ରାଗ ରୋଷ ହିଂସା ଦ୍ୱେଷ ସମସ୍ତ ଆସୁରିକ ଶକ୍ତିର ବିନାଶ ସାଙ୍ଗକୁ ସ୍ନେହ ପ୍ରେମ ଭାଇଚାରା,ବିଶ୍ୱାସ ଓ ଅତ୍ମୀୟତା ସୃଷ୍ଟି ପାଇଁ ଉତ୍ସବ ସ୍ଥଳୀରେ ଉପସ୍ଥିତ   ହୋଇ ରାଧାକୃଷ୍ଣ ପ୍ରେମ ଲୀଳାର ଅପୂର୍ବ ଶ୍ରଦ୍ଧାପଣରେ ବାନ୍ଧିହୋଇ ଥିଲେ  । କାର୍ୟ୍ୟକ୍ରମ ରେ ଜନାର୍ଦ୍ଦନପୁର ଅଷ୍ଟପ୍ରହରୀ କମିଟି ର କର୍ମକର୍ତ୍ତା, ସଦସ୍ୟ ତଥା ଗ୍ରାମବାସୀ ମାନେ ସହାୟତା କରିଥିଲେ ।

Leave a Reply

Your email address will not be published. Required fields are marked *