ବରୀରେ  ବିଜୁ ବାବୁଙ୍କ ୨୭ତମ ଶ୍ରାଦ୍ଧ ଦିବସ ପାଳିତ ।

ଯାଜପୁର, ୧୮/୦୪/୨୦୨୪ (ଓଡ଼ିଶା ସମାଚାର)- ବିଜୁ ବାବୁଙ୍କ ୨୭ ତମ  ଶ୍ରାଦ୍ଧ ଦିବସ ବରୀରେ ପାଳିତ ହୋଇଯାଇଛି।  ବରୀ ପଂଚାୟତ ସମିତି ସଭ୍ୟ  ଓ ବରୀ ନିର୍ବାଚନ ମଣ୍ଡଳୀର  ଯୁବନେତା  ସଂଜୀବ କୁମାର  ଜେନା ଙ୍କ ଦ୍ଵାରା ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ବିଜୁ ବାବୁଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ  ଦେଇ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ବିଜୁ ପଟ୍ଟନାୟକ ଦେଖୁଥିବା ସ୍ବପ୍ନକୁ ସାକାର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବାରେ ସହଯୋଗ କରିବାକୁ ଜନସାଧାରଣଙ୍କୁ ନିବେଦନ କରିଥିଲେ ସଂଜୀବ। ବିଜୁ ବାବୁ ଓ ତାଙ୍କ ସୁପୁତ୍ର ନବୀନ ପଟ୍ଟନାୟକ ଙ୍କ ଓଡ଼ିଶା ଉନ୍ନତିରେ କି ପ୍ରକାର ଭୂମିକା ଅଛି ସେ ବିଷୟରେ ସଂଜୀବ କହିବା ସହ ଆଜି ବରୀରେ ଉନ୍ନତି କେବଳ ନବୀନ ବାବୁ ଙ୍କ ପାଇଁ ହୋଇପାରିଛି , ସେ ବରୀ କଥା ସର୍ବଦା ଚିନ୍ତା କରନ୍ତି ଓ ବରୀ ର ଉନ୍ନତି ତାଙ୍କର ଏକ ମାତ୍ର ଲକ୍ଷ ବୋଲି ସଂଜୀବ ନିଜ ଅଭିଭାଷଣରେ କହିଥିଲେ।

Leave a Reply

Your email address will not be published. Required fields are marked *