ସାଲେପୁର କୁ ଏନ ଏ ସି ଘୋଷଣା ରୁ ବାଦ ଦେବା ପ୍ରତିବାଦ ରେ ଆଠ ଘଣ୍ଟିଆ ସାଲେପୁର ବନ୍ଦ ପାଳିତ

କଟକ,୧୯/୦୮/୨୦୨୫(ଓଡିଶା ସମାଚାର/ ଅଭୟ ଜେନା)- କଟକ ଜିଲ୍ଲା ସାଲେପୁରକୁ ଏନଏସି ଘୋଷଣାରୁ ବାଦ ଦେବା ପ୍ରତିବାଦରେ ଵିଜେଡି ପକ୍ଷରୁ ମଙ୍ଗଳବାର ୮ ଘଣ୍ଟିଆ ସାଲେପୁର ବନ୍ଦ ଡାକରା ଦିଆଯାଇଥିଲା। ସାଲେପୁର ବିଜୁ ଜନତା ଦଳ ନେତା ତଥା ବିଧାୟକ ପ୍ରଶାନ୍ତ ବେହେରା ଙ୍କ ନେତୃତ୍ୱରେ ଆଜି ଏହି ବନ୍ଦ ପାଳନ କରାଯାଇଥିଲା । ଆଜି ସକାଳ ୬ ଟାରୁ ଦିନ ୨ଟା ପର୍ୟ୍ୟନ୍ତ ଵିଜେଡି ପକ୍ଷରୁ ଏହି ବନ୍ଦ ପାଳନ କରାଯାଇଥିଲା ।

ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ଙ୍କ ନେତୃତ୍ବ ରେ କୁଆଁପାଳ ଛକରେ କଟକ-ଚାନ୍ଦବାଲି ମୁଖ୍ୟ ରାସ୍ତାକୁ ଅବରୋଧ କରାଯାଥିଲା । ବିଧାୟକଙ୍କ ସହ ବହୁଦଳୀୟ କର୍ମୀ, ସମର୍ଥକ ଓ ଜନ ସାଧାରାଣ ଏହି ବନ୍ଦ ରେ ସାମିଲ ହୋଇ ଥିଲେ । ।ବିଭିନ୍ନ ଦିଗକୁ ଗାଡି ମଟର ଚଳା ଚଳ ବନ୍ଦ ରହିଥିବା ବେଳେ ଦୋକାନ ବଜାର ସରକାରୀ ଓ ବେସରକାରୀ ସ୍କୁଲ,କଲେଜ,ସରକାରୀ କାର୍ୟ୍ୟାଳୟ କୁ ମଧ୍ୟ ବନ୍ଦ କରାଯାଇଥିଲା ।

Leave a Reply

Your email address will not be published. Required fields are marked *