ଅସ୍ଥାୟୀ ଦୋକାନ ଉଚ୍ଛେଦ,ଥଇଥାନ ପାଇଁ ଦାବି

ଭୁବନ ୧୦/୦୯/୨୦୨୫ (ଓଡ଼ିଶା ସମାଚାର)- ଭୁବନ ଏନ୍ ଏ ସି ଅନ୍ତର୍ଗତ ନୂଆ ବଜାର (ବସଷ୍ଟାଣ୍ଡ) ଠାରୁ କାଳୀ ବଜାର ରାସ୍ତା ଅବରୋଧ କରି ଅସ୍ଥାୟୀ ଭାବେ ଗଢ଼ି ଉଠିଥିବା ଦୋକାନ ଗୁଡ଼ିକୁ ବୁଧବାର ଦିନ ଉଚ୍ଛେଦ କରାଯାଇଛି ।

ଏହି ରାସ୍ତା ସର୍ବଦା ଜାମ ରହୁଥିବାରୁ ରାସ୍ତା ଚଉଡ଼ା କରିବା ସକାଶେ ବାରମ୍ବାର ନୋଟିସ ଦେବା ସତ୍ତ୍ୱେ ଅସ୍ଥାୟୀ ଦୋକାନ କରି ଜୀବିକା ନିର୍ବାହ କରୁଥିବା ବ୍ୟକ୍ତି ମାନେ ଦୋକାନ ଉଚ୍ଛେଦ କରୁ ନଥିବାରୁ ତହସିଲଦାର ସୂର୍ୟ୍ୟ ଶଙ୍କର ଦାଶ,ନିର୍ବାହୀ ଅଧିକାରୀ ପ୍ରଦତ୍ତ ସାହୁ,ଆଇ ଆଇ ସି ଜିତେନ୍ଦ୍ର ମଲ୍ଲିକ ପୋଲିସ ଫୋର୍ସ ଙ୍କ ସହାୟତାରେ ଜେ ସି ବି ଲଗାଇ ବଳ ପୂର୍ବକ ଉଚ୍ଛେଦ କରିଥିଲେ । ପ୍ରାୟ ୫୦ ରୁ ଉର୍ଦ୍ଧ୍ବ ଅସ୍ଥାୟୀ ଦୋକାନ ଓ ରାସ୍ତାକୁ ମାଡ଼ି ଥିବା ଦୋକାନ ଉଚ୍ଛେଦ କରାଯିବା ପରେ ଜୀବିକା ହରାଇ ବ୍ୟବସାୟୀ ମାନେ ହତୋତ୍ସାହ ହୋଇ ପଡିଛନ୍ତି । ଯଥାଶୀଘ୍ର ସେମାନଙ୍କୁ ଥଇଥାନ କରାଯିବାକୁ ଜନ ସାଧାରଣରେ ଦାବି ହୋଇଛି ।

Leave a Reply

Your email address will not be published. Required fields are marked *