ଭୁବନେଶ୍ୱର,୧୬/୦୪/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଅବସରରେ ଜିଲ୍ଲା ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟ, ଭୁବନେଶ୍ୱର ପକ୍ଷରୁ ସୂଚନା କେନ୍ଦ୍ର ଖୋଲାଯାଇ ଜନସାଧାରଣଙ୍କୁ ବିଭିନ୍ନ ସେବା ପ୍ରଦାନ କରାଯାଇଥିଲା । ଏଥି ସହ ଅଶୋକାଷ୍ଟମୀ ରଥଯାତ୍ରା ଉପରେ ଆଧାରିତ ବିଭିନ୍ନ ଆଧ୍ୟାତ୍ମିକ ପୃଷ୍ଠଭୂମି ଓ ଯାତ୍ରାର ମହତ୍ୱ ସମ୍ବଳିତ ବିଭିନ୍ନ ତଥ୍ୟ ଧାରାବିବରଣୀ ମାଧ୍ୟମରେ ପ୍ରଚାରପ୍ରସାର କରିବା ପାଇଁ ପ୍ରବଚନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀଙ୍କ ନିମନ୍ତ୍ରଣ ରକ୍ଷା କରି ପ୍ରଫେସର ଶ୍ରୀ ଜୟକୃଷ୍ଣ ଦାସ, ଡ. ଅଂଶୁମାନ କର, ଇଂ. ଅଭିନନ୍ଦନ ଦାସ, ଶ୍ରୀ ବୈକୁଣ୍ଠନାଥ ପ୍ରଧାନ, ଶ୍ରୀ ସଚ୍ଚିଦାନନ୍ଦ ବେହେରା ଏବଂ ଶ୍ରୀ ଗୁରୁପ୍ରସାଦ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ମହାପ୍ରଭୁଙ୍କ ବିଭିନ୍ନ ଲୀଳା ଓ ମହାତ୍ମ୍ୟ ଉପରେ ଧାରାବିବରଣୀ ପ୍ରଦାନ କରିଥିଲେ । ଏଥି ସହ ସେମାନଙ୍କୁ ଏହି ଅବସରରେ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।
ରୁକୁଣା ରଥଯାତ୍ରା ଅବସରରେ ପ୍ରବଚନ କାର୍ଯ୍ୟକ୍ରମ
