ବଜ୍ରପାତରେ ଜଣେ ମୃତ

କେନ୍ଦ୍ରାପଡ଼ା, ୧୬/୦୪/୨୦୨୪ (ଓଡ଼ିଶା ସମାଚାର)-  କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଓସ୍ତପୁର ପଂଚାୟତର ବିରସ୍ୱତୀ ଗ୍ରାମର ନାରାୟଣ ମଳିକଙ୍କ ପତ୍ନୀ ଅମ୍ବିକା ମଳିକ(୫୨) ତାଙ୍କ ବିଲକୁ ମୁଗ ଉପାଡିବାକୁ ଯାଇଥିବା ବେଳେ ଅପରାହ୍ନ ପ୍ରାୟ ୫ଟା ସମୟରେ ବଜ୍ରପାତ ହେବାରୁ ଅମ୍ବିକା ବିଲରେ ଟଳି ପଡିଥିଲେ ।  ସେଠାରେ ଉପସ୍ଥିତ ଥିବା ଅନ୍ୟମାନେ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ସଦର ଥାନା ପୋଲିସ ପହଂଚି ଶବ ଜବତ କରି ଏକ ଅପମୃତୁ୍ୟ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ କରୁଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *