କଟକ ସଦର,୧୧/୧୧/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର ଥାନା କଟକ-ପାରାଦୀପ ୧୨ ନମ୍ବର ରାଜ୍ୟ ରାଜପଥ ର ଅର୍ଛିଲ ପେଟ୍ରୋଲ ପମ୍ପ ନିକଟରେ ଆଜି ମଙ୍ଗଳବାର ମଧ୍ୟାହ୍ନରେ ଦୁଇଟି ମଟରସାଇକେଲ ପରସ୍ପର ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡିଛି।
ପ୍ରକାଶ ଯେ , ସ୍ଥାନୀୟ ତେଲଦିଆ ଗ୍ରାମର ଜଣାଶୁଣା ବିଜେପି ସଂଗଠକ କାଳିଆ ଓରଫ ପ୍ରଶାନ୍ତ କୁମାର ସେଠୀ (୫୭) ପେଟ୍ରୋଲ ପମ୍ପ ରୁ ମଟର ସାଇକେଲ ରେ ତେଲ ପକାଇ ମୁଖ୍ୟ ରାସ୍ତା କୁ ବାହାରୁଥିବା ବେଳେ କଟକ ପଟରୁ ଦୃତ ଗତିରେ ଆସୁଥିବା ଅନ୍ୟ ଏକ ମଟର ସାଇକେଲ ତାଙ୍କୁ ଧକ୍କା ଦେବା ଫଳରେ ତିନିଜଣ ଗୁରୁତର ଆହତ ହୋଇଥିଲେ। ସମସ୍ତ ଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ପଠାଯାଇଥିଲା ବେଳେ ସେଠାରେ କାଳିଆଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଅନ୍ୟ ଆହତ ଦୁଇଜଣ ସ୍ଥାନୀୟ ବିରିଡ଼ି ଥାନା ଅନ୍ତର୍ଗତ କଳନ୍ତିରା ଗ୍ରାମର ବୋଲି ଜଣାପଡିଛି।
ଖବର ଜଣାପଡିବା ପରେ ସ୍ଥାନୀୟ ଅଂଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ, କଟକ ସଦର ପଞ୍ଚାୟତ ସମିତି ପୂର୍ବତନ ଅଧ୍ୟକ୍ଷ ସତ୍ୟ ଜେନା , କିଶନନଗର ମଣ୍ଡଳ ବିଜେପି ଉପ ସଭାପତି ବିମଳ ପଣ୍ଡା,ସୋମପୁର ପଞ୍ଚାୟତ ବିଜେପି ସଭାପତି ସମୀର ସେନାପତି ପ୍ରମୁଖ ଗଭୀର ଶୋକପ୍ରକାଶ କରିଛନ୍ତି।
