ଯୁବ ଲେଖକ ପ୍ରେମାନନ୍ଦ ପାଣିଗ୍ରାହୀ ସମ୍ବର୍ଦ୍ଧିତ 

ଭୁବନ ୧୫/୦୪/୨୦୨୪ (ଓଡ଼ିଶା ସମାଚାର)-ଭୁବନ ଅଞ୍ଚଳର ଯୁବ ଲେଖକ , ସ୍ତମ୍ବକାର ପ୍ରେମାନନ୍ଦ ପାଣିଗ୍ରାହୀଙ୍କୁ ସମର କବି ବ୍ରଜନାଥ ବଡ଼ଜେନାଙ୍କ ଜୟନ୍ତୀ ପାଳନ ତଥା ବାର୍ଷିକ ଉତ୍ସବ ପାଳନ ଅବସରରେ ବଡ଼ଜେନା ସାହିତ୍ୟ ସଂସଦ,ରାଧାଦେଇପୁର ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ମୁଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ ଚକ୍ଷୁ ବିଶେଷଜ୍ଞ ତଥା କବି ଶ୍ରୀନିବାସ ହୋତା, ମୁଖ୍ୟ ବକ୍ତା ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ,କବି ନିର୍ମଳା ମହାପାତ୍ର, ସାହିତ୍ୟ ସଂସଦ ର ସଭାପତି ଶଙ୍କର୍ଷଣ ଶତପଥୀ, ସମ୍ପାଦକ ପ୍ରେମାନନ୍ଦ ରାଉତ,ସହ ସମ୍ପାଦକ ଦେବୀ ପ୍ରସାଦ ନାୟକ , ସାମ୍ବାଦିକ ବିନୋଦିନୀ ରାଉଳ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ସୂଚନାଯୋଗ୍ୟ ଲେଖକ ପ୍ରେମାନନ୍ଦ ପାଣିଗ୍ରାହୀ ଓଡିଶାର କଳା ଓ ସାଂସ୍କୃତି ଉପରେ ଅନେକ ଆଲେଖ୍ୟ ଲେଖି ରାଜ୍ୟର ଅନେକ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ଗୁଡ଼ିକରୁ ସମ୍ବର୍ଦ୍ଧିତ ହୋଇଛନ୍ତି। ଭୁବନ ସାମ୍ବାଦିକ ସଂଘ ତରଫରୁ ଶ୍ରୀଯୁକ୍ତ ପାଣିଗ୍ରାହୀ ଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।

Leave a Reply

Your email address will not be published. Required fields are marked *