ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ କୁନି ଝିଅ ଅଭିଷ୍କା

ଭୁବନ ,୩୦/୦୮/୨୦୨୫ (ଓଡ଼ିଶା ସମାଚାର)-  ଭୁବନ ବ୍ଲକ ଅନ୍ତର୍ଗତ ଓଡିଶ ଗ୍ରାମର କୁନି ଝିଅ ଅଭିଷ୍କା ଷଣ୍ଢ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ ହାସଲ କରିଛନ୍ତି । ମାତ୍ର ତିନି ବର୍ଷ ଦୁଇ ମାସ ବୟସରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ଅନ ଲାଇନ ପ୍ରତିଯୋଗିତାରେ ଭାଗ ନେଇ ବିଭିନ୍ନ ପ୍ରଶ୍ନର ସଠିକ୍ ଉତ୍ତର ଦେଇ ଏଭଳି ବିରଳ କୃତିତ୍ଵ ହାସଲ କରିଛନ୍ତି ।

ତିନୋଟି ଶ୍ଲୋକ, ସାତଟି ବହି ଇଂରାଜୀ ଗୀତ, ଚାରି ଦିଗ , ସପ୍ତାହ, ବର୍ଷ , ମାସ, ଦଶ ଟି ଗାଡି ନାମ, ସାତଟି ଖେଳ, କୋଡ଼ିଏ ପ୍ରାଣୀ ଙ୍କ ନାମ, ତେରଗୋଟି ସରୀସୃପ, ସାତ ନଦୀ, ପାଞ୍ଚ ପର୍ବ ପର୍ବାଣୀ, ଆଠଟି ଶରୀର ଅଙ୍ଗ ବିଷୟରେ ନିର୍ଭୁଲ ଉତ୍ତର ରଖିଥିଲେ। ଏଥିପାଇଁ ତାଙ୍କୁ ଅନଲାଇନ ଇଣ୍ଡିଆ ବୁକ ଅଫ ରେକର୍ଡରେ ରେ ସ୍ଥାନିତ କରାଯାଇଛି।

ଅଭିଷ୍କାଙ୍କ ପିତା ଅଭିନାଶ ଷଣ୍ଢ ଭାରତୀୟ ରେଳବାଇର କର୍ମଚାରୀ ଭାବେ ଜଖପୁରା ରେଳଷ୍ଟେସନରେ କାର୍ଯ୍ୟରତ ଥିବା ବେଳେ ମାତା ଜୟଶ୍ରୀ ସଙ୍ଗିତା ବଳ ଗୃହିଣୀ ଅଟନ୍ତି । ଅଭିଷ୍କା ବର୍ତ୍ତମାନ ଯାଜପୁର ନୃତ୍ୟାୟନ ପବ୍ଲିକ ସ୍କୁଲର ବିଦ୍ୟାର୍ଥୀ ଅଟନ୍ତି । ତାଙ୍କ ସଫଳତାରେ ପରିବାର ବନ୍ଧୁ ପରିଜନ ଓ ଗ୍ରାମବାସୀ ଖୁସି ବ୍ୟକ୍ତ କରିବା ସହିତ ଶୁଭେଚ୍ଛା ଜଣାଇ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଛନ୍ତି।

Leave a Reply

Your email address will not be published. Required fields are marked *