ଜୟ କିଶାନ୍ ସମବାୟ ସମିତିର ସ୍ୱନକ୍ଷେତ୍ର ଦିବସ

ତାରପୁର,୧୩/୧୧/୨୦୨୩ (ଓଡ଼ିଶା ସମାଚାର)-ଗତକାଲି ତାରପୁର ଠାରେ ଜୟକିଷାନ୍ ମଲଟି ପରପସ କୋ-ଅପରେଟିଭ ସୋସାଇଟିର ୨୮ତମ ସ୍ୱନକ୍ଷତ୍ର ଉତ୍ସବ ମୁଖ୍ୟକାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ବେଷ୍ଟ କୋ ଅପରେଟିଭ ଆୱାର୍ଡ ପ୍ରାପ୍ତ ଚଣ୍ଡୀପ୍ରସାଦ ସିଂହ ଏଥିରେ ସଭାପତିତ୍ୱ କରିଥିଲେ । ଏହି ଉତ୍ସବରେ ପୂର୍ବତନ ଜିଲା କୃଷି ଅଧିକାରୀ ରମେଶଚନ୍ଦ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ । ଏଥିରେ ସମ୍ମାନୀତ ଅତିଥି ଭାବେ ଏଆରସିଏସ ନୀରିକ୍ଷକ ରାଖାଲ ଚନ୍ଦ୍ର ସାମଲ, ଉପନିବନ୍ଧକ ଲଳିତ କୁମାର ବିଶ୍ୱାଳ, ଗୁଣୁପୁର ଏଆରସିଏସ ଯୋଗଦେଇ ଏହି କୋ-ଅପରେଟିଭ ସୋସାଇଟି ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବାପାଇଁ ଅଗ୍ରାଧୀକାର ଭିତିରେ ସେମାନଙ୍କୁ ସହାୟତା ଯୋଗାଇଦେବାକୁ ପରାମର୍ଶ ଦେଇଥିଲେ । ଏଥିରେ ମୁଖ୍ୟବକ୍ତା ଭାଷା ଓ ଭାବନାର ସମ୍ପାଦକ ସୁକାନ୍ତ କୁମାର ପ୍ରଧାନ ଯୋଗଦେଇ ସମସ୍ତଙ୍କୁ ଭଲପାଇବା ଓ ସହଯୋଗ କରିବାକୁ ପରାମର୍ଶ ଦେଇଥିଲେ । ସୋସାଇଟିର ସମ୍ପାଦକ ନିମାଇଁ ଚରଣ ମହାନ୍ତି ବିବରଣୀ ପାଠ କରିଥିଲେ । ସୋସାଇଟିର ଉପସଭାପତି ସକୁନ୍ତଳା ପରିଜା ସ୍ୱାଗତ ଭାଷଣ ଦେଇଥିଲେ । ସୋସାଇଟିର ସଭ୍ୟସଭ୍ୟାଙ୍କୁ ମାନପତ୍ର ଓ ଉତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ସୋସାଇଟିର ସିନିୟର ମ୍ୟାନେଜର ନାରାୟଣ ଗିରି ଧନ୍ୟବାଦ ଦେଇଥିଲେ ।

Leave a Reply

Your email address will not be published. Required fields are marked *