ମାହାଙ୍ଗା ସାରସ୍ୱତ ସେବା ମଞ୍ଚ ପକ୍ଷରୁ ଓଡ଼ିଆ ନବବର୍ଷ ପାଳନ

ମାହାଙ୍ଗା, ୧୫/୦୪/୨୦୨୪ (ଓଡିଶା ସମାଚାର/ ଅଭୟ ଜେନା ) – ଅଗ୍ରଣୀ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ସାରସ୍ୱତ ସେବା ମଞ୍ଚ ମାହାଙ୍ଗା ପକ୍ଷରୁ ବାରାହୀପୁର ଠାରେ ଏକ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ସାହିତ୍ୟିକ ଭାବଗ୍ରାହୀ ରାଉତ ଏହି କାର୍ୟ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ । ମହା ବିଷୁବ ସଂକ୍ରାନ୍ତି ଏବଂ ଓଡ଼ିଆ ନବବର୍ଷ ଆମ ଉତ୍କଳୀୟ ସଂସ୍କୃତିର ଅସ୍ମିତା ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି, ଐତିହ୍ୟ, ପରମ୍ପରାକୁ ଉଦଜ୍ଜୀବିତ କରିବା ପାଇଁ ଆମକୁ ସଂକଳ୍ପ ନେବାକୁ ପଡିବ । ଓଡ଼ିଆ ଜାତିର ଗରିମାମୟ ଇତିହାସ ସମ୍ପର୍କରେ ନୂଆ ପୀଢ଼ିକୁ ଅବଗତ କରିବାକୁ ହେବ । ଭାଇଚାରା, ସଦଭାବନା, ଶାନ୍ତି ଓ ମୈତ୍ରୀର ବନ୍ଧନରେ ଏକ ବୃହତ୍ତର ରାଷ୍ଟ୍ରୀୟ ଚେତନାକୁ ନେଇ ସମାଜରେ ସବୁ ବର୍ଗର ମଣିଷମାନେ ଆଗକୁ ବଢିବା ପାଇଁ ବିଶିଷ୍ଟ ବ୍ୟକ୍ତିମାନେ ଆହ୍ୱାନ ଦେଇଥିଲେ । ଏହି ଉତ୍ସବରେ ପରିବେଶବିତ ତଥା ପୂର୍ବତନ ପ୍ରଧାନଶିକ୍ଷକ ଚିତ୍ତରଞ୍ଜନ ରାଉତ, ଶିକ୍ଷାବିତ ଦୀନବନ୍ଧୁ ପାତ୍ର, ସମାଜସେବୀ ରାମଚନ୍ଦ୍ର ସ୍ୱାଇଁ, ଅକ୍ଷୟ କୁମାର ଖଟୁଆ, ଗୌତମ ରାୟ ଚୌଧୁରୀ, ରଜ କିଶୋର ମୁଣ୍ଡି, ସତ୍ୟ ପ୍ରକାଶ ରାଉତ, ଅବଦୁଲ ହମିଦ, ପ୍ରକାଶ ଚନ୍ଦ୍ର ସାମଲ, ପ୍ରମୁଖ ବହୁ ସାହିତ୍ୟ ସଂସ୍କୃତି ପ୍ରେମୀ ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *