ଖଜୁରିଆକଟା,୦୩/୦୪/୨୦୨୫ (ଓଡ଼ିଶା ସମାଚାର)- ଢେଙ୍କାନାଳ ଜିଲ୍ଲାର ବିଜେପି ସଭାପତି ଭାବରେ ଦାୟିତ୍ୱ ନେବାପରେ ଆଜି ପ୍ରଥମ ହିନ୍ଦୋଳ ଗସ୍ତ କରିଛନ୍ତି ରାସବିହାରୀ ବେହେରା। ହିନ୍ଦୋଳ ଗସ୍ତ ଅବସରରେ ଶ୍ରୀ ବେହେରା ପରଲୋକ ଗମନ କରିଥିବା ଗୁକେହି ଜିପି ହରିହରପୁର ଗ୍ରାମର ବିଜେପିନେତା ଜୀବନସଂଗ୍ରାମ ମିଶ୍ରଙ୍କ ପତ୍ନୀ ତଥା ହାତୁରା ଶିଶୁମନ୍ଦିର ଶିକ୍ଷୟତ୍ରୀ ସ୍ନିଗ୍ଧାରାଣୀ ମିଶ୍ରଙ୍କ ପରିବାରଙ୍କୁ ତାଙ୍କ ଘରେ ଆଜି ସମବେଦନା ଜଣାଇଥିଲେ ।
ପରେ ବରିଷ୍ଠ କାର୍ଯ୍ୟକର୍ତା ମାନଙ୍କ ସହ ଦଳୀୟ ସାଙ୍ଗଠନିକ ଆଲୋଚନା କରିଥିଲେ। ହିନ୍ଦୋଳ ସାତମାଇଲ ଛକନିକଟରେ ପ୍ରଥମେ ପହଂଚିବାପରେ ସେଠାରେ ବରିଷ୍ଠ ହିନ୍ଦୋଳ ବିଜେପି ନେତା ରାଜ୍ୟପରିଷଦ ସଦସ୍ୟ ଅଜୟ ଦାସ, ବରିଷ୍ଠନେତା ହିନ୍ଦୋଳ ସଭ୍ୟସଯୋଜକ ସାଂସଦଙ୍କ ପ୍ରତିନିଧି ସୁଶାନ୍ତ ପତି,ବରିଷ୍ଠ ବିଜେପିନେତା କାର୍ଯ୍ୟକର୍ତା ଏନଏସି ନଗରସଭାପତି କୁବେର ବେହେରା, ପାରିକୁଳ ମଣ୍ଡଳସଭାପତି ରବି ବାରିକ, ରସୋଳ ସଭାପତି ଲିଙ୍ଗରାଜ ସାହୁ, ବାବନ୍ଧର ପ୍ରବୋଧ ପ୍ରଧାନ, ହାତୁରା ସୁଜିତ ଜେନାଙ୍କ ସମେତ ସଂଖ୍ୟାଲଘୁ ସଭାପତି ଗୋଲାପ ମହମ୍ମଦ,ବରିଷ୍ଠ ନେତା ମନୋରଞ୍ଜନ ନାଏକ, ଲଷ୍ମୀଧର ବିଶ୍ୱାଳ, ଅବନୀ ବେହେରା, ଗନ୍ଧର୍ବ ବେହେରା, ସୁମନ ଦାସ ପ୍ରମୁଖଙ୍କ ସହ ବହୁ କାର୍ଯ୍ୟକର୍ତା ଏବଂ ବ୍ଲକ ଅଧ୍ୟକ୍ଷ ବରୁଣ ଯୋଗଦେଇ ସ୍ୱାଗତ କରିଥିଲେ ।
