ଚିଲିକା ନିର୍ବାଚନ ମଣ୍ଡଳୀରେ ଭାରତୀୟ ଜନତା ପାର୍ଟିର ମିଶ୍ରଣ ପର୍ବ.

ଭୁବନେଶ୍ୱର, ୧୫/୦୪/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)-ଚ଼ିଲିକା ନିର୍ବାଚ଼ନ ମଣ୍ଡଳୀର ସୋରଣ ପଞ୍ଚାୟତର‌ ବିଜୁ ଜନତା ଦଳର ପୂର୍ବତନ ସରପଞ୍ଚ ଶ୍ରୀ  ରତିକାନ୍ତ ବୈରିଗଞ୍ଜନ(କୁଲୁ)ଙ୍କ ନେତୃତ୍ବରେ ଆଗଧାଡି଼ର ବିଜେଡ଼ି କର୍ମକର୍ତ୍ତା ଦିଲୀପ  ବୈରିଗଞ୍ଜନ,ବିଜୟ ବରାଳ, ସୁକାନ୍ତ ମହାରଣା,ବିଭୂ ସାହୁ, ଅଖିଳ ମାଝୀ, ଲକ୍ଷ୍ମୀଧର ବେହେରା,ଧୂଶା ବେହେରା, ଉପେନ୍ଦ୍ର ଚ଼ମ୍ପତ୍ତି, ବିକାଶ ବେହେରା,ପାଣ୍ଡବ ବେହେରା,ଯୁଧିଷ୍ଠିର ଜେନା,ବିକ୍ରମ ନାୟକ ପ୍ରମୁଖ ନାଚୁଣୀ ସ୍ଥିତ ଚ଼ିଲିକାର ପ୍ରାକ୍ତନ ବିଧାୟକ ଡ଼ାଃ ବିଭୂତିଭୂଷଣ ହରିଚ଼ନ୍ଦନଙ୍କ ବାସଭବନରେ  ଭାରତୀୟ ଜନତା ପାର୍ଟିର ନୀତି ଓ ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଙ୍କ ଆଦର୍ଶରେ ଅନୁପ୍ରାଣିତ‌ ହୋଇ ଚ଼ିଲିକା ନିର୍ବାଚ଼ନ ମଣ୍ଡଳୀର ପୂର୍ବତନ ବିଧାୟକ ଡ଼ାଃ ବିଭୂତିଭୂଷଣ ହରିଚ଼ନ୍ଦନ,ବରିଷ୍ଠ ବିଜେପି ନେତା ତଥା ଚ଼ିଲିକା ବିଧାନସଭା କ୍ଷେତ୍ରର ଭାଜପା ବିଧାୟକ ପ୍ରାର୍ଥୀ ଶ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନଙ୍କ ଉପସ୍ଥିତିରେ ବିଜୁ ଜନତା ଦଳ ପରିତ୍ୟାଗ କରି ଭାରତୀୟ ଜନତା ପାର୍ଟିରେ ଆନୁଷ୍ଠାନିକ ଭାବେ ସାମିଲ୍ ହେଲେ। ଦଳରେ ସାମିଲ୍ ହୋଇଥିବା ସମସ୍ତ କାର୍ଯ୍ୟକର୍ତ୍ତା ମାନଙ୍କୁ ଦଳୀୟ ଉତ୍ତରୀୟ ପିନ୍ଧାଇ ଭାଜପା ପରିବାରକୁ ସ୍ବାଗତ କରିଥିଲେ ଡ଼ାଃ ହରିଚ଼ନ୍ଦନ ଓ ଶ୍ରୀ ହରିଚ଼ନ୍ଦନ।ଏହି ମିଶ୍ରଣ ପର୍ବରେ ଜିଲ୍ଲା ଭାଜପା ସାଧାରଣ ସମ୍ପାଦକ ତଥା ଚି଼ଲିକା ବିଧାନସଭା କ୍ଷେତ୍ରର ଭାଜପା ସଂଯୋଜକ ଶ୍ରୀ ଦୁଷ୍ମନ୍ତ ହରିଚ଼ନ୍ଦନ, ଚ଼ିଲିକା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଜ୍ୟୋସ୍ନା ବେହେରା, ଚ଼ିଲିକା ବ୍ଲକ ଉପାଧ୍ୟକ୍ଷ ଶ୍ରୀ ଅରୁଣ ପଟ୍ଟନାୟକ, ଜିଲ୍ଲା ଭାଜପା ଉପସଭାପତି ଶ୍ରୀ ସୁମନ୍ତ ପଟ୍ଟନାୟକ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ସର୍ବେଶ୍ଵର ପ୍ରଧାନ,ସୋରଣ ପଞ୍ଚାୟତ ସରପଞ୍ଚ ଶ୍ରୀ ଶେଷଦେବ ବେହେରା, ମାନସିଂହପୁର ପଞ୍ଚାୟତ ସରପଞ୍ଚ ଙ୍କ ପ୍ରତିନିଧି ଶ୍ରୀ ରତ୍ନାକର ବେହେରା,ସୋରଣ ପଞ୍ଚାୟତ ଭାଜପା ସଭାପତି ଶ୍ରୀ ବିଦ୍ୟାଧର ପ୍ରଧାନ, ବାଲୁଗାଁ ନଗର ମଣ୍ଡଳ ଭାଜପା ପ୍ରଭାରୀ ଶ୍ରୀ ଦୁଃଶାସନ ଜେନା,ଯୁବ ସଂଗଠକ ଶ୍ରୀ ତପନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।ଶ୍ରୀ ରତିକାନ୍ତ ବୈରିଗଞ୍ଜନ(କୁଲୁ) ଏବଂ ଅନ୍ୟ କାର୍ଯ୍ୟକର୍ତ୍ତା ମାନେ ଦଳରେ ସାମିଲ୍ ହେବା ଦ୍ବାରା ଦଳର ସଂଗଠନ ତୃଣମୂଳ ସ୍ତରରେ ଆହୁରି ଦୃଢ଼ ହେବ ବୋଲି ଚିଲିକା ଭାଜପା ବିଧାୟକ ପ୍ରାର୍ଥୀ ଶ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ମତ ପ୍ରକାଶ କରିଥଲେ ।

Leave a Reply

Your email address will not be published. Required fields are marked *