ସତ୍ୟନଗର ବରିଷ୍ଠ ନାଗରିକ ମଞ୍ଚ ତରଫରୁ ପଣା ବଣ୍ଟନ କାର୍ଯ୍ୟକ୍ରମ

ଭୁବନେଶ୍ୱର, ୧୫/୦୪/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)-ସତ୍ୟନଗର ବରିଷ୍ଠ ନାଗରିକ ମଞ୍ଚ ତରଫରୁ ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ ସତ୍ୟନଗର ପାର୍କ ଠାରେ ପଣା ବଣ୍ଟନ କାର୍ଯ୍ୟକ୍ରମ ହୋଇଯାଇଅଛି। ସତ୍ୟନଗର ରେ ଅବସ୍ଥାନ କରୁଥିବା କିଛି ବରିଷ୍ଠ ନାଗରିକ ଏହି କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ। ବରିଷ୍ଠ ନାଗରିକ ମଞ୍ଚ ର ସଭାପତି ଶ୍ରୀଯୁକ୍ତ ନିକୁଞ୍ଜ ବିହାରୀ ମହାନ୍ତି ଏହି କାର୍ଯ୍ୟକ୍ରମ ର ମହତ୍ତ୍ଵ ବିଷୟରେ ଆଲୋଚନା କରିଥିଲେ। ସତ୍ୟନଗର ବରିଷ୍ଠ ନାଗରିକ ମଞ୍ଚ ର ସମସ୍ତ ସଦସ୍ୟମାନେ ଏହି କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଜୟ ଓଡ଼ିଶା ର ପ୍ରତିଷ୍ଠାତା ଶ୍ରୀଯୁକ୍ତ ରୁଦ୍ର ସାମନ୍ତରାୟ ଅତିଥି ଭାବେ ଯୋଗଦେଇଥିଲେ। ବରିଷ୍ଠ ନାଗରିକ ମଞ୍ଚ ର ସେକ୍ରେଟାରୀ ଶ୍ରୀଯୁକ୍ତ ନିକୁଞ୍ଜ ବିହାରୀ ଷଡ଼ଙ୍ଗୀ କାର୍ଯ୍ୟକ୍ରମ କୁ ସୁନ୍ଦର ଭବେ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *