ପ୍ରଥମ ଝିଅ କାଳସୀ
ନିଆଳୀ,୧୫/୦୪/୨୦୨୪ (ଓଡ଼ିଶା ସମାଚାର)-ନିଆଳୀ ବ୍ଲକ ଅନ୍ତର୍ଗତ କସର୍ଦା ଗ୍ରାମପଞ୍ଚାୟତ କସର୍ଦାର ମା ମଙ୍ଗଳାଙ୍କ ମନ୍ଦିରରେ ଏହି ବର୍ଷ ଦେଖିବାକୁ ମିଳିଲା ନୂତନ କାଳସୀ । ମା ମଙ୍ଗଳାଙ୍କ ପୀଠରେ ୪୨ବର୍ଷ ଧରି ଝାମୁଯାତ୍ରାଚାଲୁ ରହିଥିବା ବେଳେ ବର୍ତମାନର ମୁଖ୍ୟପରିଚାଳକ ଅମୂଲ୍ୟ ସାମଲ,ପ୍ରଶାନ୍ତ ଭୋଇଙ୍କ ପରିଚାଳନାରେ ଏହି ପୀଠରେ ୫ଜଣ କାଳସୀ । ଝାମୁଯାତ୍ରାରେ ପୂର୍ବରୁ ନିଷ୍ଠାରେ ରହି ମା ମଙ୍ଗଳାଙ୍କ ଆରାଧନା କରି ଗତ ଅମାବାସ୍ୟା ଠାରୁ କାକଟପୁର ମା ମଙ୍ଗଳାଙ୍କ ଆଜ୍ଞାମାଳ ଆଣି ଝାମୁଯାତ୍ରା ପାଇଁ ଯଥାବିଧି ପୂଜାର୍ଚ୍ଚନା କରିଥିଲେ । ପ୍ରଥମ କରି ଜଣେ ୧୭ବର୍ଷ ବୟସର ଝିଅ ମା ମଙ୍ଗଳାଙ୍କ ଆଶିର୍ବାଦରୁ ଝାମୁଯାତ୍ରାରେ ସାମିଲ ହୋଇଥିବାରୁ ପ୍ରତି ବର୍ଷଠାରୁ ଏହି ବର୍ଷ ଏହିଠାରେ ଶହଶହ ଲୋକ ଝାମୁ ଦେଖିବାକୁ ଆସିଥିଲେ ।.ମୁଖ୍ୟ କାଳସୀ ଭାବରେ କାଳନ୍ଦୀ ଭୋଇ,ଜନାର୍ଦନ ଭୋଇ,ଶିବ ପ୍ରସାଦ କାଣ୍ଡି,ବଡ ପାଟୁଆ ବିଷ୍ଣୁ ଚରଣ ଭୋଇ ଥିଲାବେଳେ ପ୍ରଥମ କରି ୧୭ ବର୍ଷର ଝିଅ କାଳସୀ କୁନମୁନ ରାଉତ ଦିନ ୧୧ଟାରେ ଯମୁନା ସ୍ନାନ କରି ମା ଜାଗୁଳାଇଙ୍କୁ ଦର୍ଶନ ସାରି ଘଣ୍ଟ,ଘୋଡାନାଚ,ଢୋଲ ଇତ୍ୟାଦି ବାଦ୍ୟଯନ୍ତ୍ର ଦ୍ୱାରା ଗ୍ରାମ ପରିଭ୍ରମଣ କରି ମଙ୍ଗଳାଙ୍କ ପୀଠରେ ପହଞ୍ଚି ସମସ୍ତେ ନିଆଁରେ ପଶିଥିଲେ.ା ଏହି ଯାତ୍ରାରେ କସର୍ଦା ସରପଞ୍ଚ ଶ୍ରୀଯୁକ୍ତ ସୁରେଶ ପଟନାୟକ ଯୋଗଦେଇଥିଲାବେଳେ କସର୍ଦା ଫାଣ୍ଡି ଅଧିକାରୀ ପ୍ରଦୀପ କୁମାର ସେଠୀ ଙ୍କ ଉପସ୍ଥିତି ଯୋଗୁ ଶାନ୍ତି ଶୃଖଂଳାର ସହିତ ଏହି କାର୍ୟକ୍ରମ ଶେଷ ହୋଇଥିଲା । ଉପେନ୍ଦ୍ର ଭୋଇ ଗୁରୁଚରଣ କାଣ୍ଡି,ଲୋଚନ ଦାସ(ଚନ୍ଦୁ),ପ୍ରମୋଦ ଭୋଇ,ଗତନାଥ ରାଉତ,ପ୍ରଫୁଲ ସାମଲ ଏବଂ ଗ୍ରାମବାସୀଙ୍କ ସହଯୋଗରେ କାର୍ୟ୍ୟକ୍ରମଟି ସୁରୁଖୁରୁରେ ଶେଷ ହୋଇଛି ।