ନିଶ୍ଚିନ୍ତକୋଇଲି,୦୭/୦୧/୨୦୨୬ (ଓଡିଶା ସମାଚାର /ଅଭୟ ଜେନା )-ଜନାର୍ଦ୍ଦନପୁର ସରକାରୀ ଉଚ୍ଚ ବିଦ୍ୟାଳୟ ବର୍ଷିକ କ୍ରୀଡା ସମାରୋହ ଉଦଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଜନାର୍ଦ୍ଦନ ପୁର ପଂଚାୟତ ସରପଞ୍ଚ ବିଶ୍ୱ ଭୂଷଣ ନାୟକ ଏହାକୁ ଉଦଘାଟନ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ସମିତି ସଭ୍ୟ ରଞ୍ଜନ କୁମାର ବେହେରା, ପରିଚାଳନା କମିଟି ସଭାପତି ରମେଶ ଚନ୍ଦ୍ର ବେହେରା, ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମନୋଜ କୁମାର ନାୟକ, କ୍ରୀଡା ଶିକ୍ଷକ ପ୍ରମୋଦ କୁମାର ଦେଓ ଉଦଘାଟନ ଉତ୍ସବ ରେ ଯୋଗ ଦେଇଥିଲେ । କ୍ରୀଡା ଉତ୍ସବ ତିନି ଦିନ ଧରି ଅନୁଷ୍ଠିତ ହେବ । ବିଭିନ୍ନ କ୍ରୀଡା ଓ ଦୌଡ଼ କୁଦ ପ୍ରତିଯୋଗିତା ରେ ଷଷ୍ଠ ରୁ ଦଶମ ଶ୍ରେଣୀର ଛାତ୍ର ଛାତ୍ରୀ ମାନେ ଭାଗ ନେଇଛନ୍ତି । ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ସହଯୋଗୀ ମାନେ ଉତ୍ସବ ପରିଚାଳନା କରିଥିଲେ ।
