ଦଶରଥପୁର, ୦୫/୦୩/୨୦୨୫ (ଓଡ଼ିଶା ସମାଚାର)-ଦଶରଥପୁର ବ୍ଲକ କୟାଁ ପଞ୍ଚାୟତସ୍ତ ଦୁବକଣ ଜୟଚଣ୍ଡୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଜି ଆମ ସଂସ୍କୃତି ଆମ ଖେଳଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଞ୍ଜନ କୁମାର କାଣ୍ଡିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ସିଆରସିସି ପ୍ରିୟରଞ୍ଜନ ଦାସ, ମୁଖ୍ୟ ବକ୍ତା ଭାବେ ସଂସ୍କୃତି ଗବେଷକ ପ୍ରତାପ ଚନ୍ଦ୍ର ପଣ୍ଡା , ସମ୍ମାନିତ ଅତିଥିଭାବେ ପଞ୍ଚସଖା ଶିକ୍ଷା ସେତୁର ସଭାପତି ପ୍ରତାପ କୁମାର ନାୟକ, କୟାଁ ପଞ୍ଚାୟତର ସମିତିସଭ୍ୟ ରୋଶନ ଦାସ, ଦଶରଥପୁର ବ୍ଲକ ଉତ୍କଳ ସାମ୍ବାଦିକ ସଂଘର ସଭାପତି ଜୟପ୍ରକାଶ ନାୟକ, ଆଶାଲତା ସାହୁ ପ୍ରମୁଖ ଯୋଗଦେଇ ସରକାରଙ୍କ ପକ୍ଷରୁ ଆୟୋଜନ କରାଯାଇ ଥିବା ଆମ ସଂସ୍କୃତି ଆମ ଖେଳଣା କାର୍ଯ୍ୟକ୍ରମର ଉଦେଶ୍ୟ ଓ ତାତ୍ପର୍ଯ୍ୟ ସମ୍ପର୍କରେ ମତବ୍ୟକ୍ତ କରିଥିଲେ ।
ଏଥିରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ପକ୍ଷରୁ ଆମ ସଂସ୍କୃତି ଓ ଆମ ଖେଳଣା ଉପରେ ବିଭିନ୍ନ ପ୍ରକାର କଳାକୃତି ପ୍ରଦର୍ଶନ କରାଯାଇ ଥିଲା । ଶେଷରେ ଅତିଥି ମାନଙ୍କ ଦ୍ୱାରା ଛାତ୍ର ଛାତ୍ରୀ ମାନଙ୍କୁ ସାଠିଫିକେଟ ପ୍ରଦାନ କରାଯାଇ ଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାଳୟର ସହକାରୀ ଶିକ୍ଷକ ରାଜେଶ୍ୱର ରାଉତ, ବିଜୟ କୁମାର ସାହୁ, ପ୍ରଜାପତି ରାଉତ, ଧରମଜିତ ମଲ୍ଲିକ, ଶିକ୍ଷୟତ୍ରୀ ଝୁ୍ନୁପ୍ରିୟା ସାମଲ, ମାଳବିକା ସ୍ୱାଇଁ, ଚିତ୍ରା ଘୋଷ, ପ୍ରତିଭା ପଣ୍ଡା ଓ ବିଦ୍ୟାଳୟର କର୍ମଚାରୀ ଅଶୋକ ବେହେରା ପ୍ରମୁଖ ସହଯୋଗ କରିଥିଲେ ।
