କଟକ ସଦର ,୧୩/୦୪/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କିଶନନଗର ଠାରେ ଥିବା ଅଗ୍ରଣୀ ସାମାଜିକ ସଂଗଠନ ‘ ବିପଦର ବନ୍ଧୁ ସେବା ସଂଗଠନ ‘ ପକ୍ଷରୁ ସଭାପତି ଭୈରବ ଚନ୍ଦ୍ର ସେଠୀଙ୍କ ତତ୍ତ୍ୱାବଧାନରେ ସ୍ଥାନୀୟ କଳମିଶ୍ରି ପଞ୍ଚାୟତ ଲେଣ୍ଡୁରା ଭଗଵାନପୁର ଗ୍ରାମର ଗରୀବ କିଡନୀ ଆକ୍ରାନ୍ତ ରୋଗୀ ରତିକାନ୍ତ ମୁଦୁଲିଙ୍କୁ ସହାୟତା ଯୋଗାଇଥିଲେ। ଏଥିରେ ସଂଗଠନର ଉପଦେଷ୍ଟା ଭବାନୀ ଶଙ୍କର ରାୟ, ସୀତାରାମ ପଣ୍ଡା, କୈଳାସ ଦାସ, ଅଧ୍ୟାପକ ଧରଣୀଧର ଜେନା,ଭଵେଷ ମଣ୍ଡଳ, ଦୀପକ ମଣ୍ଡଳ, ସୁଶିଲ ମଣ୍ଡଳ, ସୁଧାକର ଦାସ, ନାରାୟଣ ଦାଶ, ବିମଳ ସାହୁ,ସୁଧିରଂଜନ ସେଠୀ, ନିରଞ୍ଜନ ବାରିକ ପ୍ରମୁଖ ଆକ୍ରାନ୍ତଙ୍କ ଘରକୁ ଆଜି ଶନିବାର ଦିନ ଯାଇ ରାସନ୍ ସାମଗ୍ରୀ, ଶୁଖିଲା ଖାଦ୍ୟ ପଦାର୍ଥ, ନୂତନ ବସ୍ତ୍ର ସହ ଆର୍ଥିକ ସହାୟତା ଯୋଗାଇ ଦେଇଥିବା ଜଣାଯାଇଛି। ସଂଗଠନର ଏଭଳି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି ।