ଜଗତସିଂହପୁର, ୨୦/୦୬/୨୦୨୬ (ଓଡ଼ିଶା ସମାଚାର)-ଶନିବାର ଦିନ ଜଗତସିଂହପୁର ଅବକାରୀ ରେଞ୍ଜ ନିରିକ୍ଷକ ଶ୍ରୀକାନ୍ତ କୁମାର ପଟ୍ଟନାୟକ ସଦଳବଳେ ନାଉଗାଁ ଥାନା ଅନ୍ତର୍ଗତ ଭାତପଡା ଗ୍ରାମରେ ଚଢାଉ କରି ଦୁବାଳ ପଡିଆରୁ ଜଣେ ଅଭିଯୁକ୍ତ ଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ୬୨୦ ଗ୍ରାମର ଗଞ୍ଜେଇ, ଅଭିଯୁକ୍ତ ବ୍ୟବହାର କରୁଥିବା ଏକ ହିରୋହୋଣ୍ଡା ପ୍ୟାସନ ପ୍ରୋ ମଟରସାଇକେଲ (OR-02-AS-7293) ଏବଂ ନଗଦ ୪,୫୦୦୵- ଟଙ୍କା ଜବତ କରିଛନ୍ତି।
ଗିରଫ ଅଭିଯୁକ୍ତ ଜଣକ ହେଲେ ଭାତପଡା ଗ୍ରାମର ଶ୍ରୀଧର ଜେନା ଙ୍କ ପୁଅ ପିୟୁଷ ରଞ୍ଜନ ଜେନା। ଅଭିଯୁକ୍ତଙ୍କ ବିରୁଦ୍ଧରେ କେସ୍ ନଂ- ୨୨୵୨୦୨୬-୨୭ ରେ ମାମଲା ରୁଜ୍ଜୁ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ବେଳେ ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର କରି ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତ କୁ ପଠାଇଛନ୍ତି।
