ନିରାକାରପୁର ବିଦ୍ୟାଳୟରେ ଖେଳନା ତିଆରି କର୍ମଶାଳା

ନିରାକାରପୁର, ୧୩/୦୪/୨୦୨୪ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଉ ପ୍ରା ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଆମ ସଂସ୍କୃତି ଆମ ଖେଳନା ଓ ଖେଳନା ତିଆରି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ସିଆର ସି ସି ପଞ୍ଚାନନ ଭୁଜବଳ, ଅବସରପ୍ରାପ୍ତ ଶିକ୍ଷକ ଲକ୍ଷ୍ମୀଧର ମହାପାତ୍ର, ପରିଚାଳନା କମିଟି ସଭାପତି ଡମ୍ବୁର ଧର ପରିଡ଼ା, ସହକାରୀ ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ମିଶ୍ର ପ୍ରମୁଖ ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନେ ବିଭିନ୍ନ କଳା କୌଶଳ ସମ୍ପର୍କରେ ଅବଗତ ହେବାର ଆବଶ୍ୟକତା ରହିଛି ବୋଲି କହିଥିଲେ। ଏହି କର୍ମଶାଳା ଦୁଇ ଦିନ ଧରି ଚାଲିଥିଲା।

Leave a Reply

Your email address will not be published. Required fields are marked *