ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଠିତ

ଲକ୍ଷ୍ମୀପୁର.୨୬/୧୧/୨୩(ଓଡ଼ିଶା ସମାଚାର/ପ୍ରମୋଦ ଜେନା) -କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକରେ ଦୀପାବଳି ସରୁସରୁ ବିଭିନ୍ନ ଗ୍ରାମ ଗୁଡିକରେ ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୁଏ।ଏଇ କ୍ଷେତ୍ରରେ ଆଜି ବ୍ଲକ ସଦର ରାମ ମନ୍ଦିର ପ୍ରାଙ୍ଗଣରେ ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇ ଯାଇଛି।ଶନିବାର ଦିନ ଅଧିବାସ କାର୍ୟ୍ୟ ଆରମ୍ଭ ହୋଇଥିବା ବେଳେ ସ୍ଥାନିୟ ମହିଳା ମାନେ ଦେଢ କିଲୋମିଟର ଦୂର ଘୋଡା ବନ୍ଧରୁ ଦଶଟି କଳଶରେ ପାଣି ଆଣିଥିଲେ।ରବିବାର ଦିନ ନାମ ଯଜ୍ଞ କାର୍ୟ୍ୟ କରାଯାଇଥିଲା।ସକାଳୁ ସକାଳୁ ଘଣ୍ଟ,ମୃଦଙ୍ଗ ଓ ଝାଞ୍ଜର ତାଳେ ତାଳେ”ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ,ହରେ ରାମ ହରେ ରାମ ରାମ ରାମ ହରେ ହରେ” ଶବ୍ଦରେ ମନ୍ଦିର ପାଖ କମ୍ପି ଉଠିଥିଲା।ଏଥିରେ ଆଖପାଖ ଅଞ୍ଚଳର ୧୦ଟି ସଂକିର୍ତନ ଦଳ ଯୋଗ ଦେଇଥିଲେ।

ମନ୍ଦିର କମିଟି ତରଫରୁ ଏହି ଅଷ୍ଟ ପ୍ରହରି ନାମ ଯଜ୍ଞ ସୁଚାରୁ ରୁପେ ପରିଚାଳନା କରା ଯାଇଥିଲା ବେଳେ ହଜାର ହଜାର ଭକ୍ତ ଅନ୍ନ ଭୋଗ ସେବନ କରିଥିଲେ।ଫଳରେ ଅଞ୍ଚଳରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା।ରାମ ମନ୍ଦିର ପୂଜା କମିଟି ଏହାକୁ ସୂଚାରୁ ରୂପେ ପରିଚାଳନା କରିଥିଲା ବେଳେ ଅନେକ ଯୁବ ଗୋଷ୍ଠୀ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *