କଟକ ସଦର,୦୫/୦୯/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଚଳିତ ବର୍ଷ ଠାରୁ ଶାରଦୀୟ ଦଶହରାରେ କଟକର ଶଙ୍କରପୁର-ଵାଦାମଵାଡି ପୂଜା କମିଟି ପକ୍ଷରୁ ଦେବୀ ଦୁର୍ଗାଙ୍କର ପ୍ରତିମା ପୂଜା କରାଯିବ ବୋଲି ପୂଜା କମିଟି ପକ୍ଷରୁ ଜଣାପଡିଛି। ଦୀର୍ଘ ବର୍ଷ ହେବ ଏଠାରେ ସ୍ଥାୟୀ ମଣ୍ଡପରେ ମହାଦେବଙ୍କ ପ୍ରତିମା ପୂଜା ହୋଇ ଆସୁଥିଲେ। ତେବେ ମଣ୍ଡପ ସମସ୍ୟା ପାଇଁ ଦୁର୍ଗା ପୂଜା ହୋଇ ପାରୁ ନଥିଲା ବୋଲି ଜଣାଯାଇଛି। ପୂର୍ବରୁ ଥିବା ଚାନ୍ଦି ମେଢକୁ ଦୃଷ୍ଟିରେ ରଖି ଦୁର୍ଗାଙ୍କ ପ୍ରତିମା ନିର୍ମାଣ ହେବ ବୋଲି କର୍ମକର୍ତ୍ତା ମାନେ କହିଛନ୍ତି।
କଟକ ବାଦାମବାଡ଼ି ମଣ୍ଡପରେ ପୂଜା ପାଇବେ ମା’ ଦୁର୍ଗା
