ଜିଲା ସ୍ତରୀୟ ସମ୍ୱିଧାନ ଦିବସ ପାଳିତ

ଯାଜପୁର, ୨୬/୧୧/୨୦୨୩ (ଓଡ଼ିଶା ସମାଚାର)-ଭାରତକୁ ଏକ ସଂପୂର୍ଣ୍ଣ ପ୍ରଭୁତାସଂପନ୍ନ ସମାଜବାଦୀ, ଧର୍ମ ନିରପେକ୍ଷ ଲୋକତନ୍ତ୍ରାତ୍ମକ ଗଣରାଜ୍ୟ ଗଠନ କରିବା ନିମିତ ଏବଂ ଏହାର ସମସ୍ତ ନାଗରିକଙ୍କୁ ସାମାଜିକ, ଆର୍ଥିକ ଓ ରାଜନୈତିକ ନ୍ୟାୟ ତଥା ବିଚାର, ଅଭିବ୍ୟକ୍ତି, ବିଶ୍ୱାସ, ଧର୍ମ ଓ ଉପାସନାର ସ୍ୱାଧୀନତା ଏବଂ ପ୍ରତିଷ୍ଠା ଓ ସୁଯୋଗର ସମତା ପ୍ରାପ୍ତ କରାଇବା ନିମିତ, ତଥା ସେମାନଙ୍କ ମଧ୍ୟରେ ବ୍ୟକ୍ତିର ଗରିମା ଓ ରାଷ୍ଟ୍ରର ଏକତା ଓ ଅଖଣ୍ଡତାକୁ ସୁନିଶ୍ଚିତ କରୁଥିବା ଭାତୃତ୍ୱ ବର୍ଦ୍ଧନ କରାଇବା ନିମିତ ଦୃଢ ସଂକଳ୍ପ ହୋଇ ଆମ୍ଭମାନଙ୍କର ଏହି ସମ୍ୱିଧାନ ସଭାରେ ଅଦ୍ୟ ୧୯୪୯ ମସିହା ନଭେମ୍ୱର ମାସ ଷଡବିଂଶ ଦିବସରେ ଏହି ସମ୍ୱିଧାନକୁ ଏତଦ୍ୱାରା ଅଙ୍ଗିକୃତ , ଅଧିନିୟମିତ ଏବଂ ଅତ୍ମାର୍ପିତ କରିବାର ମୂଳ ମନ୍ତ୍ର ବୋଲି ଆଜି ଜିଲା ସ୍ତରୀୟ ସମ୍ୱିଧାନ ଦିବସ ପାଳନ ଉପଲକ୍ଷେ ଊପ-ଜିଲାପାଳ ତଥା ଉପଖଣ୍ଡ ମାଜିଷ୍ଟ୍ରେଟ୍ ଶ୍ରୀ ଗୋପୀନାଥ କୁଅଁର ଜିଲା କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀ ମାନଙ୍କୁ ସମ୍ୱିଧାନ ଦିବସର ଶପଥ ପାଠ କରାଇଛନ୍ତି ।
ଜିଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ଲକ୍ଷ୍ମଣ କୁମାର ବେହେରାଙ୍କ ପରିଚାଳନାରେ ଉପ-ଜିଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ଏହି ଶପଥ ପାଠରେ ଜିଲା କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀମାନେ ଶପଥ ପାଠ କରିଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ଊପ-ବିଭାଗ ଅଧିକାରୀ, ଲକ୍ଷ୍ମୀଧର ସଏ, ବରିଷ୍ଠ ରାଜସ୍ୱ ସହାୟକ ଶ୍ରୀ ସୁବ୍ରତ କୁମାର କାନୁନଗୋ, ଜିଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟର ଶ୍ରୀମତୀ ମିନତୀ ଦାଶ, ଶ୍ରୀ ସତ୍ୟଜିତ ନାୟକ, ଏବଂ ନିର୍ବାଚନ କାର୍ଯ୍ୟାଳୟ ସମେତ ବିଭିନ୍ନ ବିଭାଗୀୟ କର୍ମଚାରୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *