ଧାକୁଲେଇ ଯାତ୍ରା ମହୋତ୍ସବ ୨୩ରୁ

କଟକ, ୧୩/୦୪/୨୦୨୪ (ଓଡ଼ିଶା ସମାଚାର)- ଚଳିତବର୍ଷ ମା’ ଧାକୁଲେଇଙ୍କ ଯାତ୍ରା ମହୋତ୍ସବ ଆସନ୍ତା ୨୩ ତାରିଖ ଚୈତ୍ର ପୂର୍ଣ୍ଣିମାଠାରୁ ଆରମ୍ଭ ହେବ । ଏନେଇ ଏକ ବୈଠକରେ ଗ୍ରାମ୍ୟ କମିଟି ପକ୍ଷରୁ ଘୋଷଣା କରାଯାଇଛି । ଏହି ମହୋତ୍ସବ ୨୩ରୁ ଆରମ୍ଭ ହୋଇ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ । ୨୩ ରାତିରେ ମା’ଙ୍କ ପୂଜା ମାଜଣା କରାଯାଇ ମା’ଙ୍କ ଚଳନ୍ତି ପ୍ରତିମା ବିମାନରେ ଶୋଭାଯାତ୍ରା କରାଯିବ । ଏଥିସହିତ ମେଳନ ପଡିଆରେ ଆତସବାଜୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ୨୪ରେ ମାଙ୍କ ପୀଠରେ ୪୮ ମଣ୍ଡଳୀ ଦ୍ୱାରା ଦୁଇ ଦିନ ଧରି ସଂକୀର୍ତନ କରାଯିବା ସହ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହେବ । ପ୍ରତିଦିନ ସନ୍ଧ୍ୟା ୬ଟାରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ରାତି ୧୦ଟାରୁ ଅପେରା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ମା ଧାକୁଲେଇ ଗ୍ରାମ୍ୟ ଉନ୍ନୟନ କମିଟି ସଭାପତି ପ୍ରମୋଦ କୁମାର ସ୍ୱାଇଁ, ସଂପାଦକ ପ୍ରମୋଦ କୁମାର ବେହେରା ପ୍ରମୁଖ ଜଣାଇଛନ୍ତି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ୪ ନମ୍ବର ଜୋନ ଏସିି ଉମାକାନ୍ତ ପ୍ରଧାନ, ସଦର ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ, କମିଟିର ସହ ସଂପାଦକ ବାଦଲ ଜେନା, ସହ କୋଷାଧ୍ୟକ୍ଷ ବାଦଲ କୁମାର ସ୍ୱାଇଁ, ପୂର୍ବତନ କର୍ପୋରେଟର ପ୍ରମୋଦ ମହାପାତ୍ର, କୈାଶିକ ଜେନା, ବନମାଳି ଦାସ, ପୀତବାସ ମହାପାତ୍ର ଓ ବିକ୍ରମ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *