ପାରାଦୀପ,୧୩/୦୪/୨୦୨୪ (ଓଡ଼ିଶା ସମାଚାର)- ପାରାଦୀପ ବାର ଆସୋସିଏସନ ର ୨୦୨୩-୨୪ ବର୍ଷ ପାଇଁ ନବନିର୍ବାଚିତ କର୍ମକର୍ତା ମାନଙ୍କର ଶପଥ ଗ୍ରହଣ ଉତ୍ସବ ଓ ସାଧାରଣ ବୈଠକ ଶୁକ୍ରବାର ଦିନ ପାରାଦୀପ ପୋର୍ଟ କ୍ଲବ ପରିସରରେ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ନିର୍ବାଚନ ଅଧିକାରୀ ଗୋରାଚାନ୍ଦ ସିଂହ ନିର୍ବାଚିତ କର୍ମକର୍ତାଙ୍କୁ ଶପଥ ପାଠ କରାଇଥିଲେ । ଏହି କ୍ରମରେ ସଭାପତି ଭାବେ ବରିଷ୍ଠ ଆଇନଜୀବୀ ହେମନ୍ତ କୁମାର ସାହୁ, ଉପସଭାପତି ଭାବେ ବସନ୍ତ କୁମାର ବିଶ୍ୱାଳ ଓ କୈଳାଶ ଚନ୍ଦ୍ର ସାହୁ, ସାଧାରଣ ସମ୍ପାଦକ ତପନ କୁମାର ଦାଶ, ଆଇନଜୀବୀ ଗୋଲକ ବିହାରୀ ସୁତାର ଓ ରବିନ୍ଦ୍ର କୁମାର ଜେନା, ଗୋପୀନାଥ ମଲ୍ଲ, ପ୍ରଶାନ୍ତ କୁମାର ଦାସ ପ୍ରମୁଖ ଯଥାକ୍ରମେ ସମ୍ପାଦକ (ପ୍ରଶାସନ), ସମ୍ପାଦକ (ସଂଗଠନ ), କୋଷାଧ୍ୟକ୍ଷ, ସମ୍ପାଦକ (ପାଠାଗାର) ଭାବେ ଶପଥ ପାଠ କରଥିବା ବେଳେ ପ୍ରମୋଦ କୁମାର ମିଶ୍ର, ସଞ୍ଜୟ କୁମାର ମିଶ୍ର, ହେମନ୍ତ କୁମାର ପରିଡା, ରବି ନାରାୟଣ ସ୍ୱାଇଁ, ପ୍ରିୟ ବ୍ରତ ଲେଙ୍କା ଓ ଦୀପକ ବେହେରା କାର୍ଯ୍ୟକାରୀ କମିଟି ସଦସ୍ୟ ଭାବେ ଶପଥ ଗ୍ରହଣ କରିଥିଲେ । ଏହି ଅବସରରେ ସମସ୍ତ କାର୍ଯ୍ୟକର୍ତା ମାନଙ୍କୁ ଆସୋସିଏସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ଏହାପରେ ଆୟୋଜିତ ସାଧାରଣ ବୈଠକରେ ପାରାଦୀପ ବାର ଆସୋସିଏସନର ସମସ୍ତ ସଦସ୍ୟ ଉପସ୍ଥିତ ରହି ପାରାଦୀପରେ କୋର୍ଟ ପ୍ରତିଷ୍ଠା କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱାରୋପ କରି ଆଗାମୀ ଦିନରେ ସଂଗଠନ କୁ ବ୍ୟାପକ ଓ ସୁଦୃଢ କରିବା ନେଇ ଆଲୋଚନା କରିଥିଲେ । ଦୁର୍ଯେ୍ୟାଧନ ରଣା ବାର ଆସୋସିଏସନ ର ପ୍ରସ୍ତାବ ପାଠ କରିଥିଲେ ଏବଂ ବାର ଆସୋସିଏସନର ନିର୍ବାଚନ ଦୁଇ ବର୍ଷ ରେ ଥରେ ଅନୁଷ୍ଠିତ କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା । ଶେଷରେ ପ୍ରଶାନ୍ତ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।