ମାରାଥନ ପଦଯାତ୍ରା ରେ ବରୀ ବିଜେଡି ଟିକେଟ ଆଶାୟୀ ସୁନନ୍ଦା ପତି – ମହିଳା ଙ୍କୁ କଲେ ଏକଜୁଟ ।

ଯାଜପୁର, ୧୨/୦୪/୨୦୨୪ (ଓଡ଼ିଶା ସମାଚାର)- ବରୀ ନିର୍ବାଚନ ମଣ୍ଡଳୀ ର ଆଶାୟୀ ବିଜେଡି ପ୍ରାର୍ଥୀନି ସୁନନ୍ଦା କୁମାରୀ ପତି ରମ୍ପା ପଂଚାୟତ ନେଉଳା ଜମ୍ବୁଡିହ ଗ୍ରାମରେ ବିଜେଡି ବ୍ୟାନର ଓ ଶଙ୍ଖ ଚିହ୍ନ ପତାକା ରେ  ଏକ ମହିଳା ପଦଯାତ୍ରା କରିଥିବା ଦେଖିବାକୁ ମିଳିଛି । ଏଥି ସହ ମହିଳା ସମାବେଶ କଥା  ବର୍ତ୍ତମାନ ବରୀ ଅଞ୍ଚଳରେ ବେଶ ଚର୍ଚ୍ଚା ହେବାରେ  ଲାଗିଛି ।
ଶ୍ରୀମତୀ ପତି ଓ ଟିମ୍ ଏହି ସମାବେଶ ମାଧ୍ୟମରେ ନବୀନ ସରକାର  ଙ୍କ ବିଭିନ୍ନ ଲୋକାଭିମୁଖି କାର୍ଯ୍ୟ ବିଷୟରେ ସଚେତନ କରିବା ସହ ମହିଳା ଓ ସ୍ଥାନୀୟ ଲୋକଙ୍କ ସହ ବିଭିନ୍ନ ସମସ୍ୟା ବିଷୟରେ  ଆଲୋଚନା କରିଥିଲେ ।
ବରୀ ହେଉଛି ଏକ କୃଷି ପ୍ରଧାନ ଅଞ୍ଚଳ , କୃଷକ ମାନଙ୍କ ଉନ୍ନତି ହେଲେ ଏଥି ନିଶ୍ଚୟ ବିକାଶ ହେବ , କୋଲ୍ଡ ଷ୍ଟୋରେଜ ହେବା ପାଇ ସେ ଚେଷ୍ଠା କରିଛନ୍ତି ,ଆଗକୁ ଯଦି ସେ ବରୀ ପାଇଁ ପ୍ରତିନିଧିତ୍ଵ କରିବେ ପ୍ରଥମେ ଏହି ବିଷୟ ରେ ଧ୍ୟାନ ଦେବେ ଓ ବରୀ ବିକାଶ କୁ ଗୁରୁତ୍ଵ ଦେବେ ବୋଲି ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି ।
ଏହି ପଡ ଯାତ୍ରା  ସମୟେ ଦାଧିବାବନ ମନ୍ଦିର , ମଞ୍ଚେଶ୍ୱର୍ ମନ୍ଦିର ରେ ଭଗବାନ ଙ୍କ ଆଶୀର୍ବାଦ ନେଇ ଅଟିରା ପଂଚାୟତ ର କିଛି ସ୍ଥାନରେ ଲୋକ ଙ୍କ ସହ ସାକ୍ଷାତ କରିଥିଲେ ଓ ପରେ ପରେ ନୂଆଗାଁ ବଳଦେବ ଜିୟୁ  ଙ୍କ ଦର୍ଶନ କରି ପ୍ରଭୁ କୃପା ଲାଭ କରିଥିଲେ ।
ରାମଚନ୍ଦ୍ରପୁର  , ବାଲିବିଲୀ ,ବାଇଁଶିରିଆ ,କିମ୍ଭିରିଆପାଳ,ସୁଜନପୁର , ସାହା ସପୂର୍  ,ଗୋଳକୁଣ୍ଡ ,ଏରାବାଙ୍କ , ରୁଦ୍ରପୁର ,ରତ୍ନଗିରି  ଆଦି ଅଞ୍ଚଳ ବୁଲି ଲୋକଙ୍କୁ ଭେଟ କରି ଆଶୀର୍ବାଦ ନେଇଥିଲେ ।
ତାଙ୍କ ସହ ଥିବା ସମର୍ଥକ  ମାନେ ତାଙ୍କୁ ଚଳିତ ଥର ବରୀ ରୁ ପ୍ରତିନିଧିତ୍ଵ କରିବା ପାଇଁ ସୁଯୋଗ ଦେବା ପାଇଁ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ , ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ,  ଫାଇବ ଟି ସେକ୍ରେଟାରୀ ଭୀକେ ପାଣ୍ଡିଆନ୍  ଙ୍କୁ ନିବେଦନ କରିଛନ୍ତି ।

Leave a Reply

Your email address will not be published. Required fields are marked *